Home ଓଡ଼ିଶା ଦ୍ୱିତୀୟ ଶ୍ରୀ କ୍ଷେତ୍ର ସହ ରଣପୁର ରେ ରଥଯାତ୍ରା ପାଇଁ ଦାବି

ଦ୍ୱିତୀୟ ଶ୍ରୀ କ୍ଷେତ୍ର ସହ ରଣପୁର ରେ ରଥଯାତ୍ରା ପାଇଁ ଦାବି

55

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)– କରୋନା ର ଦ୍ୱିତୀୟ ଲହର କୋଭିଡ୍ କଟକଣା ଯୋଗୁଁ ରାଜ୍ୟ ସରକାର ଶ୍ରୀକ୍ଷେତ୍ର କୁ ଛାଡିଦେଇ ଅନ୍ୟସମସ୍ତ ଯାଗାରେ ରଥଯାତ୍ରା ବନ୍ଦ ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହା ଦ୍ୱାରା ରଣପୁର ଜଗନ୍ନାଥ ପ୍ରେମୀଙ୍କ ମନରେ ଥିବା ଭାବାବେଗକୁ ନଷ୍ଟ କରିଛି । ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରାଯାଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି  ା ଶ୍ରୀକ୍ଷେତ୍ର ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ରଣପୁର ବାସୀ ଦାବି କରିଆସୁଛନ୍ତି । ମାଦଳା ପାଞି, ରଣପୁର ରାଜବଂଶାବଳୀ ତଥ୍ୟ ୧୯୫୨ ମସିହା ରଣପୁର ବନ୍ଦୋବସ୍ତ ରିପୋଟ୍‌ର୍ ଅନୁଯାୟୀ ପୁରୀରେ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ୧୩୬୩ ସାଲ ରେ ରଣପୁର ରାଜା ଉଦ୍ଧବ ନରେନ୍ଦ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ ।

୧୫୨୭ ସାଲରେ ରାଜା ପଦ୍ମନାଭ ନରେନ୍ଦ୍ର ରଣପୁରରେ ତିନି ରଥ ଆରମ୍ଭ କରି ରଥଯାତ୍ରା କରିଥିଲେ । ରଣପୁର ରେ ବାର ମାସରେ ତେର ଯାତ୍ରା ହୋଇଥାଏ । ଯାହାକୁ ନେଇ ରଣପୁରବାସୀ ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଦାବି କରିଆସୁଛନ୍ତି । ଏଭଳି ପରିସ୍ଥିତିରେ ରଥଯାତ୍ରା ବନ୍ଦ ଶୁଣିବା ପରେ ଜଗନ୍ନାଥ ପ୍ରେମୀ ଙ୍କ ମନକୁ କୁଠାରଘାତ କରିଛି । ରଣପୁର ବିଧାୟକ ମଧ୍ୟ ଜିଲ୍ଲାପାଳ ଙ୍କୁ ରଥଯାତ୍ରା କରିବା ପାଇଁ ଲିଖିତ ଅନୁରୋଧ କରିଛନ୍ତି । ସବୁ ପରେ ରଣପୁର ରେ ଜୁନ୍ ୧୮ ତାରିଖ ଦିବା ୧୧ଟା ସମୟରେ ରଣପୁର ଜଗନ୍ନାଥ ମନ୍ଦିର ସେବାୟତ , ଜଗନ୍ନାଥ ସେନା , ଆଇନ୍ ଜିବୀ ସଂଘ ,ସାମ୍ବାଦିକ ସଂଘ , ବଣିକ ସଂଘ ସହ ଅନେକ ସାମାଜିକ ଅନୁଷ୍ଠାନ କୋଭିଡ୍ କଟକଣା ଭିତରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିକ୍ଷୋଭ କରି ବିଭିନ୍ନ ନାରା ଦେଇଥିଲେ । ପରେ ପରେ ସିଂହଦ୍ୱାର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଭୁଙ୍କ ନାମ ସଙ୍କିର୍ତନ କରି କୋଭିଡ୍ କଟକଣା ଭିତରେ ରଥଯାତ୍ରା କରିବା ପାଇଁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.