Home ଜିଲ୍ଲା ପରିକ୍ରମା ଅବହେଳିତ ତଥା ନିଃସହାୟ ପିଲାମାନଙ୍କ ଆଧାର ପଞ୍ଜୀକରଣ ଅଭିଯାନ

ଅବହେଳିତ ତଥା ନିଃସହାୟ ପିଲାମାନଙ୍କ ଆଧାର ପଞ୍ଜୀକରଣ ଅଭିଯାନ

18

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରୀୟ ଆଇନ୍‌ସେବା ଓ ରାଜ୍ୟ ଆଇନ୍‌ସେବା ପ୍ରାଧୀକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ ପକ୍ଷରୁ ସାଥୀ ଅଭିଯାନ ମାଧ୍ୟମରେ ନିଃସହାୟ ତଥା ଅବହେଳିତ ପିଲାମାନଙ୍କୁ ଚିହ୍ନଟ ଏବଂ ଆଧାର ପଞ୍ଜୀକରଣ, ଆଇନ୍‌ଗତ ସହାୟତା ପ୍ରଦାନ କରିବା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ କୁମାର ରାଜଗୁରୁ ନିର୍ଦ୍ଦେଶକ୍ରମେ ପୁଣ୍ୟଶ୍ଲୋକ ରଥ, ସଚିବ, ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ, ଭଦ୍ରକଙ୍କ ତତ୍ୱାବଧାନରେ ଏକ ସାଥୀ କମିଟି ଗଠନ କରାଯାଇ ସଦସ୍ୟ ରୂପେ ପ୍ୟାନେଲ ଓକିଲ, ପାରାଲିଗାଲ୍ ସ୍ୱେଚ୍ଚାସେବୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, କିଶୋର ପରିଷଦର ପୋଲିସ୍ ଅଧିକାରୀ, ଶିଶୁ ଯତ୍ନ ପ୍ରତିଷ୍ଠାନର ଅଧୀକ୍ଷକ, ଜିଲ୍ଲାର ୭ଟି ତହସିଲଦାରମାନଙ୍କୁ ନେଇ ଏହି ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାଥୀ ଅଭିଯାନ ପ୍ରକ୍ରିୟାର ମୂଳ ଲକ୍ଷ୍ୟରୂପେ ଯେପରି କୌଣସି ପିଲା ଆଇନ୍‌ଗତ ପରିଚୟ ବା କୌଣସିଟି ଶିଶୁ ଯେପରି ବିନା ପରିଚୟରେ ନରହିବେ ସେ ସଂପର୍କରେ ବିଷଦଭାବେ ଆଲୋଚନା କରାଯାଇଥିଲା । ଯଦି କୌଣସ ନିଃସହାୟ ପିଲାର ଆଇନ୍‌ଗତ ସହାୟତା ତଥା ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ କରାଇବା ନିମିତ ସହାୟତା ପାଇଁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ଭଦ୍ରକର ସହଯୋଗ କରିବାକୁ ମଧ୍ୟ ସମସ୍ତଙ୍କର ସହଯୋଗ ଲୋଡ଼ା ଯାଉଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.