Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ସମୀକ୍ଷକ ଚକ୍ରଧର ନାୟକଙ୍କ ସ୍ମୃତିଚାରଣସଭା

ଅବସରପ୍ରାପ୍ତ ସମୀକ୍ଷକ ଚକ୍ରଧର ନାୟକଙ୍କ ସ୍ମୃତିଚାରଣସଭା

72

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସଚିବାଳୟର ଅବସରପ୍ରାପ୍ତ ସମୀକ୍ଷକ ଚକ୍ରଧର ନାୟକଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା ତାଙ୍କ ନିଜଗ୍ରାମ ଚଢେୟା ଠାରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ଅମୃତଦର୍ଶନର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ କହିଲେ ସ୍ୱର୍ଗତଃ ନାୟକ ଜଣେ ମିଷ୍ଟଭାଷୀ,ମିଳାପି,ପରୋପକାରୀ ଧର୍ମପରାୟଣା ବ୍ୟକ୍ତି ଥିଲେ । ସବୁବେଳେ ସ୍ପଷ୍ଟବାଦୀ ଚିନ୍ତାଧାରା ନେଇ କାର୍ଯ୍ୟ କରୁଥିଲେ । କେହି କେବେ ଅନୁମାନ କରି ପାରିବ ନାହିଁ ଯେ ,ସେ ବହୁ ଗୁଣର ଅଧିକାରୀ ଥିଲେ ବୋଲି । ପିଲାଟି ଦିନରୁ ସେବା ପରୋପକାର ତ୍ୟାଗ ଓ ନିଷ୍ଠାକୁ ପାଥେୟ କରି ତାଙ୍କ ଜୀବନ ପ୍ରବାହ ଚଳ ଚଂଚଳ ହୋଇ ଉଠିଥିଲା । ତାଙ୍କ ଚାକିରୀ କାଳରେ ନିଷ୍ଠାର ସହ ସେବା କରି ବହୁ ସୁନାମ ଅର୍ଜନ କରିଥିଲେ ବୋଲି ବକ୍ତାମାନେ କହିଥିଲୋ ଅନ୍ୟମାନଙ୍କ ମଧ୍ୟରେ ୧୦+୨+୩ ପ୍ରଥମ ବ୍ୟାଚର ସଭାପତି ତପନ କୁମାର ନାୟକ , ଆବାହକ ଜ୍ଞାନେନ୍ଦ୍ର ମହାନ୍ତି(କୁନି ),ପ୍ରଭାତ ବାରିକ, ଦୀପକ ସାହୁ,ଅଭିଜିତ ମହାନ୍ତି,ସତ୍ୟବ୍ରତ ମହାନ୍ତି, ଜ୍ୱାଇଁ ମନୋଜ ରାୟ,ପୁଅ ଅନିଲ କୁମାର ନାୟକ,ଅଶୋକ କୁମାର ନାୟକ,ଉତ୍ପଳଲୋଚନ ଚାନ୍ଦ,ଦେବବ୍ରତ ମହାନ୍ତି,ସୁଧାଂଶୁ ଶେଖର ରାଉତ,ସୁଧାଂଶୂ ଶେଖର ନାୟକ,କୃଷ୍ମାନନ୍ଦ ମହାପାତ୍ର, ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅମର ଜ୍ୟୋତି ଚକ୍ରଧର ନାମକ ଏକ ସ୍ମରଣିକା ସହ ସମ୍ବାଦପତ୍ର ସ୍ୱରାଜବାର୍ତ୍ତାରେ ସ୍ମତିରେ ଚକ୍ରଧର ଜୀବନୀ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.