Home କେନ୍ଦୁଝର ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

124

ହାଟଡିହି-୫ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ କୁମାର ହାତୀଙ୍କର ୬୨ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସେ ବଡବିଲ, ଶାଳବଣି ଓ ପରେ ଧାଇପୋଖରୀ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଅତିବାହିତ କରି ଅବସର ନେଇଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବିଧବା ପତ୍ନୀ ସ୍ୱପ୍ନାରାଣୀ, ପୁଅ ଦେବରାଜ , ସତ୍ୟବ୍ରତ, ଭାଇ ଜଗନ୍ନାଥ, ଆଲୋକ, ଶୁଭ୍ରଜିତ, ଗାହ୍ନୁଚରଣ, ଅମର କୁମାର ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ସରପଞ୍ଚଙ୍କ ପ୍ରତିନିଧି ଅମୁଲ୍ୟ ହାତୀ, ଅଖିଳ ମଲ୍ଲିକ, କୃପାସିନ୍ଧୁ ମଲ୍ଲିକ, ଭଗବାନ ହାତୀ, ବିନୋଦ ହାତୀ, ସୁଦର୍ଶନ ମଲ୍ଲିକ, ଶତୃଘ୍ନ ମଲ୍ଲିକ, କହ୍ନେଇ ବାରିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ବୈତରଣୀ ନଦୀକୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ସତ୍ୟବ୍ରତ ହାତୀ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.