Home କେନ୍ଦୁଝର ବାଙ୍ଗୁର ଓଏମସି ଖଣି ଖେଲାଯିବା ନେଇ ବିଧାୟକଙ୍କ ପ୍ରତିଶୃତି

ବାଙ୍ଗୁର ଓଏମସି ଖଣି ଖେଲାଯିବା ନେଇ ବିଧାୟକଙ୍କ ପ୍ରତିଶୃତି

98

ହାଟଡିହି-୫ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ଥିବା ବାଙ୍ଗୁର ଓଏମସି ଖଣି ଖୋଲିବା ନେଇ ବିଧାୟକ ଭାଗିରଥି ସେଠୀ ପ୍ରତିଶୃତି ଦେଇଛନ୍ତି । ୨୦୧୭ରୁ ଖଣି ଖୋଲିଥିଲେ ମଧ୍ୟ ଏହା ଗତ କିଛିବର୍ଷ ହେଲା ବନ୍ଦ ରହିଥିଲା । ଟେଣ୍ଡରଧାରୀଙ୍କ ଲିଜ ଅବଧି ସରିଯିବା ପରେ ପୁନର୍ବାର ଏବେ ଟେଣ୍ଡର କରାଯାଇ ଠିକାଦାର ନିଯୁକ୍ତ ହୋଇଛନ୍ତି । ଅଳ୍ପ ଦିନ ଭିତରେ ଖଣି ଖୋଲାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ବିଧାୟକ ଭାଗିରଥି ସେଠୀ ଖଣି କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି । ଆଜି ଓଏମସି ସମ୍ମୁଖରେ ବସନ୍ତ କୁମାର ପଢ଼ିଆରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ଜନସଭାରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ ଏ ଅଞ୍ଚଳର ଲୋକମାନେ ତିନୋଟି ଖଣି ଉପରେ ନିର୍ଭର କରୁଥିଲେ । ଏବେ ଦୁଇଟି ଯାକ ଦୀର୍ଘବର୍ଷ ହେଲା ବନ୍ଦ ହୋଇଯିବା ପରେ ଲୋକମାନେ ସେମାନଙ୍କ ଜୀବନ ଜୀବିକା ହରାଇ ବସିଛନ୍ତି । କେବଳ ଓଏମସି ଖଣି ଅଳ୍ପ ପରିମାଣର ଚାଲୁଥିଲା ବେଳେ ତାହା ମଧ୍ୟ କିଛିଦିନ ହେଲା ବନ୍ଦ ହୋଇଯାଇଛି । ଏବେ ଠିକାସଂସ୍ଥା ଟେଣ୍ଡର ନେଇ କାମ ଆରମ୍ଭ କରିବାକୁ ଯାଉଛି । ଆଉ ଅଳ୍ପ ଦିନ ଭିତରେ ଓଏମସି ଖଣି ଚାଲୁହେବାପରେ ସ୍ୱଚ୍ଛ ଭାବରେ କିପରି ଶ୍ରମିକ ନିଯୁକ୍ତି କରାଯିବ ସେନେଇ ଗୁରୁତ୍ୱ ଦେଇଥିଲେ । ପୁର୍ବରୁ ଶମିକ ପିଛା ୧୦ରୁ ୨୦ହଜାର କରି ଉତ୍କୋଚ ନିଆଯାଉଥିବାବେଳେ ଏବେ ଏଥିପାଇଁ କାହାକୁ ଲାଞ୍ଚ ନ ଆଦାୟ କରିବାକୁ ସୁଯୋଗ ଦିଆଯିବ ନାହିଁ । ଏଥିପାଇଁ ସମସ୍ତେ ଯତ୍ନବାନ ହୋଇ କାହାକୁ ଲାଞ୍ଚ ନଦେବାକୁ ସେ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ରାଉତ, ନରହରି ପାତ୍ର, ପବିତ୍ର ମୋହନ ପେଡା, ରାଜେନ୍ଦ୍ର ପାତ୍ର, ରବିନ୍ଦ୍ର କୁମାର ସାହୁ, ଫେତୁ ପଣ୍ଡା, ଅନନ୍ଦ ରାଉତ, ବସନ୍ତ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.