Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ଦୁଃଖୀ ସମାଜର ପ୍ରସ୍ତୁତି ବୈଠକ, ଭଦ୍ରକ ଓ ବାଲେଶ୍ୱରରେ ହେବ ସଫେଇ ଓ...

ଅଖିଳ ଭାରତୀୟ ଦୁଃଖୀ ସମାଜର ପ୍ରସ୍ତୁତି ବୈଠକ, ଭଦ୍ରକ ଓ ବାଲେଶ୍ୱରରେ ହେବ ସଫେଇ ଓ ରକ୍ତଦାନ ଶିବିର

76

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁପ୍ରସିଦ୍ଧ ସାନ ସରକାର ବାବା ସୈୟଦ ୱସିମ୍ ଅଖତର କାଦରୀ ଓରଫ ‘ମାମାଜାନ’ ଙ୍କ ଜନ୍ମଦିନ ପାଳନ ଅବସରରେ ଭଦ୍ରକ ଅଖିଳ ଭାରତୀୟ ଦୁଃଖୀ ସମାଜ ଆନୁକୂଲ୍ୟରୁ ପୁରୁଣାବଜାରସ୍ଥିତ ରକ୍ତଦାନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ସଭ୍ୟ ହାଜି କାସିମ୍ ଖାନ୍‌ଙ୍କ ସଭାପତିତ୍ୱରେ ଓ କମିଟିର ସଂପାଦକ ରେଜା-ଏ-ରସୁଲଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାପକ ପ୍ରସ୍ତୁତିରେ ଚଳିତ ଜାନୁଆରୀ ୨୪ ତାରିଖ (ସୋମବାର) ଦିନ ବାଇପାସ୍ ରୋଡ୍‌ସ୍ଥିତ ସରକାର ନଗର (ଖାନକାହ) ପରିସର ବାହାରେ ଏବଂ ବାଲେଶ୍ୱରସ୍ଥିତ ଦରଘା ମଇଦାନ (ଦୁଇଗୋଟି) ସ୍ଥାନରେ ସକାଳ ୯ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ରକ୍ତଦାନ ଶିବିର ହେବ । ଏବଂ ଉକ୍ତଦିନ ସକାଳ ୬ ରୁ ୮.୩୦ ଘଟିକା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । କୋଭିଡ୍‌-୧୯ କୁ ନଜରରେ ରଖି ଜିଲା ପ୍ରଶାସନର ନିୟମକୁ ମାନି ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ବୈଠକରେ ହାଜି ହୁମାୟୁନ, ଇଂ ହବିବୁଲ୍ଲା ଖାଁ, ଲିୱା ମାଷ୍ଟର, ସବବୀର ଅଲ୍ଲୀ, ତବାରକ ଅଲ୍ଲୀ, ଜମିଲ ଅଖତର ଖାନ୍‌, ଅବୁ ହୋସେନ ଖାଁ, ସେର ଅଲ୍ଲୀ ଖାଁ, ଡାକ୍ତର କମାଲ ଖାଁ, ଗୋଲାମ ମୋହିଦ୍ଦିନ୍‌, ଶେଖ୍ ହବିବୁଲ୍ଲା, ଜାୱେଦ ଅଖତର, ଶେଖ୍ ଅବୁ କଲାମ, ଶେଖ୍ ଅନୱାର, ଶେଖ୍ ରାଜା, ମୁରସଲିନ୍ ଖାଁ ଓ ଶିକ୍ଷାବିତ୍ ମଇରାଜୁଦ୍ଦିନ୍ ପ୍ରମୁଖଙ୍କ ସହ ପ୍ରତ୍ୟେକ ଗ୍ରାମର ରକ୍ତଦାନର ଗାଇଡ୍‌ମାନେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.