Home କୋରାପୁଟ ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା ସଭା

ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା ସଭା

54

କୋରାପୁଟ ୩୧-୦୧(ଓଡିଆ ପୁଅ /ରଂଜନ ଦାସ)ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡ୍ରାଇଭର ପି.ଇଶ୍ୱର ରାଓ ଚାକିରୀରୁ ଅବସରଗ୍ରହଣ କରିଥିବା ଜଣାପଡିଛି ।ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଧ୍ରୁବରାଜ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।୨୦୧୨ ମସିହାରେ ନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଶ୍ରୀ ରାଓ ଯୋଗଦେଇଥିଲେ ।ଜଣେ ମିଷ୍ଟଭାଷୀ ମେଳାପି ଭାବେ ସେ ସମସ୍ତଙ୍କ ନିକଟରେ ଆଦରଣୀୟ ହୋଇଥିବା ସହ କୋଭିଡ ସମୟରେ ତାଙ୍କର କାର୍ଯ୍ୟ ଉଚ୍ଚକୋଟୀର ଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।ଏହି ସଭାରେ ଡାକ୍ତର ବିଶ୍ୱନାଥ ସାହୁ , ଡାକ୍ତର ଚିନ୍ମୟ ପଟନାୟକଙ୍କ ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.