Home କୋରାପୁଟ ରାୟଗଡା ଜିଲ୍ଲାକୁ କୁଲି କାମ କରିବାକୁ ଯାଇ ମହିଳା ନିଖୋଜ ; ମା ଥାନାର ଦ୍ୱାରସ୍ଥ

ରାୟଗଡା ଜିଲ୍ଲାକୁ କୁଲି କାମ କରିବାକୁ ଯାଇ ମହିଳା ନିଖୋଜ ; ମା ଥାନାର ଦ୍ୱାରସ୍ଥ

35

କୋରାପୁଟ ୩୧-୦୧(ଓଡିଆ ପୁଅ /ରଂଜନ ଦାସ)ଗତ ଦେଢବର୍ଷ ତଳେ ସ୍ଥାନୀୟ ଜଣେ ଦଲାଲଙ୍କ ପ୍ରରୋଚନାରେ ପଡି ଲମତାପୁଟ ବ୍ଲକର ଉମ୍ବେଲ ପଂଚାୟତର ମେଡିପୁଟ ଗ୍ରାମର ରାଦାମା ହନ୍ତାଲ(୩୨) ଫେରି ନ ଥିବାରୁ ମା ମାଳତି ପୁକିଆ ନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।ମେଡିପୁଟ ଗ୍ରାମର ୪ ଜଣ ମହିଳା ରାୟଗଡା ଅଂଚଳକୁ କୁଲି କାମ କରିବାକୁ ଯାଇଥିଲେ ।ସେଠାରୁ କିଛିଦିନ ପରେ ୩ଜଣ ଫେରିଆସିଥିବା ବେଳେ ରାଦାମା ହନ୍ତାଲ ଫରି ନ ଥିବା ମାଳତି ପୁକିଆ ସୂଚନା ଦେଇଛନ୍ତି ।ରାଦାମା ହନ୍ତାଲଙ୍କ ୭ ବର୍ଷ ଓ ୩ ବର୍ଷ ର ୨ଜଣ ଝିଅ ମା ମାଳତିଙ୍କ ନିକଟରେ ରହିଥିବା ଜଣାପଡିଛି ।ସ୍ଥାନୀୟ ପରଜାପାଲିବାର ଲକ୍ଷ୍ମଣଙ୍କୁ ବାରମ୍ବାର ରାଦାମା କେଉଁଠି ଅଛି ବୋଲି ପଚାରିଲେ ହଁ ଆସିବ ଓ ଖୋଜୁଛି ବୋଲି କହୁଥିବା ମାଳତି ପ୍ରକାଶ କରିଛନ୍ତି ।ମୋ ଝିଅର ସନ୍ଧାନ କରି ଆଣିଦେବାକୁ ନନ୍ଦପୁର ଥାନାରେ ମାଳତି ନିବେଦନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.