Home କୋରାପୁଟ ପେଟ୍ରୋଲ ଟ୍ୟାଙ୍ଗର ଗାଡିରୁ ୧୫୭୭ କେଜି ଗଞେଇ ଜବତ

ପେଟ୍ରୋଲ ଟ୍ୟାଙ୍ଗର ଗାଡିରୁ ୧୫୭୭ କେଜି ଗଞେଇ ଜବତ

28

କୋରାପୁଟ ; ତା୩୧-୦୧(ଓଡିଆ ପୁଅ /ରଂଜନ ଦାସ)ଗଞେଇ ଚୋରା ଚାଲାଣକାରୀମାନେ ଅଭିନବ ଉପାୟ ଅବଲମ୍ବନ କରୁଥିଲେ ସୁଦ୍ଧା ଜିଲ୍ଲା ପୋଲିସ ଏହାକୁ ସଫଳତା ସହ ଧରିବାରେ ସକ୍ଷମ ହେଉଛି ।ଗତକାଲି ରାତ୍ରୀରେ ସେମିଲିଗୁଡା ଥାନା ଅନ୍ତର୍ଗତ ମାଳି ଡୋଲିଆମ୍ଭଠାରେ ପୋଲିସ ରାତ୍ରୀ ପେଟ୍ରୋଲିଂ କରୁଥିବା ସମୟରେ ଏକ ଇଣ୍ଡିଆ ଅଏଲ ପେଟ୍ରୋଲ ଟ୍ୟାଙ୍ଗର(ଡବ୍ଲୁବି-୩୩-ବି-୬୧୩୪) ଆସୁଥିବା ସମୟରେ   ଗାଡିଟିକୁ ଚେକିଂ କରିଥିଲେ ।ସେହି ଗାଡିରେ ଗଞେଇ ଥିବା ପୋଲିସ ଜାଣିବାକୁ ପାଇଥିଲା ।ସେମିଲିଗୁଡା ତହସିଲଦାର ଶରତ ମାଝିଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ଓ ୧୫୭୭ କେଜି  ଗଞେଇ ଜବତ କରାଯାଇଥିବା ଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ କୁମାର ବେହେରା ସୂଚନା ଦେଇଛନ୍ତି ।ଏକ ତୟୋଟା କାର(ଓଆର୦୨ବିସି ୫୯୨୬)କୁ ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଅନ୍ଧାରର ସୁଯୋଗ ନେଇ ୨ ଟି ଗାଡିର ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି ।ଲମତାପୁଟ ବ୍ଲକର ସଗର ଅଂଚଳରୁ ବିହାରକୁ ଗଞେଇ ଚୋରା ଚାଲାଣ  କରାଯାଉଥିବା ସେ ସୂଚନା ଦେଇଛନ୍ତି ।ଚେକିଂ ସମୟରେ ସେମିଲିଗୁଡା ଥାନାର ଏସଆଇ ଅନିତା ନାୟକ ,ଏଏସଆଇ ଏସ.ସିଏଚ.ବିଷୋୟୀ ,ହାବିଲଦାର ଏମ.କେ.ବାଘ ,କନେଷ୍ଠବଲ ପି.ସିଏଚ.ମାଝି,ଓଏପିଏଫ ବି.ମୁଦୁଲି ଓ ଜେ.କୁଲେସିକା ଉପସ୍ଥିତ ଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.