Home ଓଡ଼ିଶା ଅବକାରୀ ବାଲା ମଦରନ୍ଧା ପୋଚ ନଷ୍ଟ କଲେ କାରଖାନା ଭାଙ୍ଗିଲେ

ଅବକାରୀ ବାଲା ମଦରନ୍ଧା ପୋଚ ନଷ୍ଟ କଲେ କାରଖାନା ଭାଙ୍ଗିଲେ

49

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୧୧- ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳ ର ବିଭିନ୍ନ ଜଙ୍ଗଲ ରେ କୁଟୀର ଶିଳ୍ପ ଭଳି ଚୋରା ହାତରନ୍ଧା ଦେଶୀ ମଦ କାରଖାନା ମାନ ଗଢି ଉଠିଛି । ଯାହାକୁ ନେଇ ସରକାର ରାଜସ୍ୱ ହରାଉଥିବା ସହ ରଣପୁର ଗାଁ ଗଣ୍ଡା ଗଳିକନ୍ଦି ଅଂଚଳ ରେ ଦେଶୀ ମଦ ଖୁଲମ୍ ଖୁଲା ବିକ୍ରୟ ଚାଲିଛି । ନୟାଗଡ ଅବକାରୀ ଅଧିକ୍ଷକ ଦିବ୍ୟକିଶୋର ଟଣ୍ଡନ ଙ୍କ ନିର୍ଦେଶ ରେ ନୟାଗଡ ସଦର ଅବକାରୀ ଥାନା ନିରୀକ୍ଷକ ମୃତ୍ୟୁଞ୍ଜୟ ବେହେରା ଙ୍କ ନେତୃତ୍ୱ ରେ ଏକ ଭ୍ରାମ୍ୟମାଣ ଅବକାରୀ ଦଳ ଚଢାଉ କରିଥିଲେ । ନଭେମ୍ବର ୭ ତାରିଖ ମଧ୍ୟାନ୍ନ ଏହି ଚଢାଉ ରଣପୁର ଅବକାରୀ ଥାନା ସୁରୁକାବାଡି ନିକଟ ସିନ୍ଦୁରିଆ ଜଙ୍ଗଲ ଓ ଗୁଣ୍ଡୁରାବାଡି ଜଙ୍ଗଲ ରେ କରାଯାଇଥିଲା ।

ଏହି ୨ ଜାଗା ରେ ହାତରନ୍ଧା ଦେଶୀ ମଦ କାରଖାନା ଭାଙ୍ଗିବା ସହ ମଦ ରାନ୍ଦିବା ପାଇଁ ଥିବା ୪ ହଜାର ୩ ଶହ ଲିଟର ଗୁଡ ପୋଚ କୁ ନଷ୍ଟ କରିଥିବା ଜଣାପଡିଛି । ଏଭଳି ଭାବରେ ଖତିଆ ଗ୍ରାମ ପଞ୍ଚାୟତ ମହୁଲିଆ , ମୟୁରଝାଲିଆ ଗ୍ରାମ ପଞ୍ଚାୟତ ମନ୍ଦାକିନୀ ନଦୀ କୂଳ , ମହତପଲ୍ଲା ଗ୍ରାମପଞ୍ଚାୟତ ମାନପୁର ନିକଟ ଜଙ୍ଗଲ ରେ ମଦରନ୍ଧା କାରଖାନା ଚାଲିଥିବା ଅଭିଯୋଗ ହେଉଛି । ଏହି ଚଢାଉ ରେ  ଅବକାରୀ ଉପ ନିରୀକ୍ଷକ ସୁଦିପ୍ତ ଦାସ , ପଦ୍ମଲୋଚନ କର , ଗୁରୁ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.