Home ଅପରାଧ ପାଣି ପାଇପ୍ ଚୋରି ବେଳେ ୧୧ ଜଣ ଗିରଫ୍ ସହ ୧୦ ଚକିଆ ଟ୍ରକ୍ ଜବତ୍

ପାଣି ପାଇପ୍ ଚୋରି ବେଳେ ୧୧ ଜଣ ଗିରଫ୍ ସହ ୧୦ ଚକିଆ ଟ୍ରକ୍ ଜବତ୍

67

ହରିଚନ୍ଦନପୁର, ତା ୦୭ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ନିକଟରୁ ଏଲଏଣ୍ଡଟି କମ୍ପାନୀ ପକ୍ଷରୁ ପକା ଯାଇଥିବା ପାଣି ପାଇପ୍ ଗୁଡ଼ିକୁ ଟ୍ରକ୍ ଯୋଗେ ଚୋରି କରୁଥିବା ବେଳେ ଅଚାନକ୍ କମ୍ପାନୀ କର୍ମଚାରୀଙ୍କ ଦ୍ଵାରା ୧୧ ଜଣ ଚୋରଙ୍କ ସହ ଏକ ଟ୍ରକ୍ ଅଟକ । ମିଳିଥିବା ଖବର ଅନୁଯାୟୀ ଗତ ଶନିବାର ବିଳମ୍ବିତ ରାତିରେ ଏହି ଚୋର ଗ୍ୟାଙ୍ଗ୍ ଭୁବନେଶ୍ୱର ଅଞ୍ଚଳରୁ ଏକ ୧୦ ଚକିଆ ଟ୍ରକ (ଡବ୍ଲୁ ବି ୧୧ ବି ୦୯୪୭) ଯୋଗେ ଆସି ପାଇପ୍ ଲୋଡ କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଚୋର ସନ୍ଦେହ କରି ଏଲଏଣ୍ଡଟି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସଙ୍ଗେ ସଙ୍ଗେ ଫୋନ୍ ଯୋଗେ ସୂଚନା ଦେଇଥିଲେ । ଖବର ପାଇ କମ୍ପାନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଇପ୍ ବୋଝେଇ ଟ୍ରକ ସହ ୧୧ଜଣଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲେ । ହେଲେ ଏମାନଙ୍କୁ ଅଟକ ରଖିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ସହ ୫ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଜଣାପଡିଛି । କମ୍ପାନୀ ପକ୍ଷରୁ ଘଟଣା ସମ୍ପର୍କରେ ହରିଚନ୍ଦନପୁର ପୋଲିସକୁ ସୂଚନା ଦେବା ସହ ଅଟକ ରହିଥିବା ଟ୍ରକ୍ ସହ ୧୧ଜଣଙ୍କୁ ଜିମା ଦେଇଥିଲେ । ତେବେ ପୋଲିସ ତଦନ୍ତ ପରେ ଗିରଫ ହୋଇଥିବା ଧବଳ ସ୍ୱାଇଁ, ରାଜୁ ନରୀ ପାତ୍ର, ତବାଟିଆ ବେହେରା, ପ୍ରିୟବ୍ରତ ନାୟକ, ସ୍ଵାଗତ କୁମାର ଦାସ, ନରେନ୍ଦ୍ର ଡାକୁଆ, କେଶବ ଚନ୍ଦ୍ର ତରାଇ, ବୁଲୁ ସାହୁ, କୃଷ୍ଣଚନ୍ଦ୍ର ବଡଯାତିଆ, କୈଳାଶ ଭୂଆଁ, ସୂର୍ଯ୍ୟ ପରିଡ଼ାଙ୍କୁ ଥାନା କେସ୍ ନମ୍ବର ୧୫୭/୨୧ ମାମଲା ରୁଜୁ କରି ୩୭୯, ୩୪ ଦଫା ଲଗାଇ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହ ଘଟଣାସ୍ଥଳରୁ ଫେରାର୍ ହୋଇଥିବା ଡ୍ରାଇଭର ସମେତ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.