Home ଜିଲ୍ଲା ପରିକ୍ରମା ବିଲ ମଝିରେ ଯୁବକର ମୁଣ୍ଡ ଗଣ୍ଡି ଅଲଗା ଗଳିତ ଶବ ଉଦ୍ଧାର, ହତ୍ୟା ନାଁ ଆତ୍ମହତ୍ୟା...

ବିଲ ମଝିରେ ଯୁବକର ମୁଣ୍ଡ ଗଣ୍ଡି ଅଲଗା ଗଳିତ ଶବ ଉଦ୍ଧାର, ହତ୍ୟା ନାଁ ଆତ୍ମହତ୍ୟା ତଦନ୍ତ ସାପେକ୍ଷ

95

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଧାମନଗର ବ୍ଲକ ଉଚ୍ଚପଦା ନିକଟସ୍ଥ କାକୁଡ଼ି ଗଡ଼ିଆ ରାସ୍ତାର ବିଲ ମଝିରୁ ଯୁବକର ଗଳିତ ମୃତ ଦେହକୁ ଧୂଷୁରୀ ପୋଲିସ ଜବତ କରିଛି । ପ୍ରକାଶ ଥାଉକି ଧୂଷୁରୀ ଥାନା ଅନ୍ତର୍ଗତ ଉଚ୍ଚପଦା ଗ୍ରାମର ବିଜୟ ସେନଙ୍କ ପୁଅ ଜିତେନ୍ଦ୍ର ସେନ(୩୨) ଚଳିତ ମାସ ୬ତାରିଖରୁ ନିଖୋଜ ଥିଲେ । ଧୂଷୁରୀ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । ଏ ନେଇ ପୋଲିସ ମଧ୍ୟ ବହୁ ଖୋଜ ଖୋଜି କରି ଜିତେନ୍ଦ୍ରଙ୍କ ମୋବାଇଲ ଟ୍ରାକିଂ କରିଥିଲା । ଟ୍ରାକିଂ ଲୋକେସନରେ ତାଙ୍କ ଉପସ୍ଥିତି ନିକଟସ୍ଥ ସରପୁର- ଗଞ୍ଜାମାଳ ବୋଲି ଦର୍ଶାଇ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଥିଲେ । ଧୂଷୁରୀ ପୋଲିସକୁ ଗତକାଲି ସନ୍ଧ୍ୟାରେ ଉଚ୍ଚପଦା- କାକୁଡ଼ିଗଡ଼ିଆ ରାସ୍ତାକଡ଼ ବିଲ ନିକଟସ୍ଥ ଏକ ଘଞ୍ଚ ବଣୁଆ ସ୍ଥାନରୁ ଖଣ୍ଡ ବିଖଣ୍ଡିତ ଶବ ପଡ଼ିଥିବା ଖବର ମିଳିଥିଲା । ଶବର ଶରୀର ଗୋଟିଏ ସ୍ଥାନରେ ପଡ଼ିଥିବାବେଳେ ମୁଣ୍ଡ ଏବଂ ଗୋଟିଏ ହାତ ତା’ ଠାରୁ ୨ଶହ ମିଟର ଦୂରରେ ପଡ଼ିଥିଲା । ଶବ ନିକଟରେ ପଡ଼ିଥିବା ମୋବାଇଲ ଓ ଗାମୁଛାରୁ ପରିବାର ଲୋକେ ଏହା ଜିତେନ୍ଦ୍ରର ଶବ ବୋଲି ଚିହ୍ନଟ କରିଥିଲେ । ଏହାପରେ ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଥିଲା । ତେବେ ଏହା ଏକ ଆତ୍ମହତ୍ୟା ନା ସୁପରି କଳ୍ପିତ ହତ୍ୟାକାଣ୍ଡ ତାହା ସନ୍ଦେହ ଘେରରେ । ଘଟଣା ସ୍ଥଳରେ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା, ଧୂଷୁରୀ ଥାନାଅଧିକାରୀ ପ୍ରଫୁଲ୍ଲ କୁମାର ସିଂ ସହିତ ଏକ ସାଇଂଟିଫିକ୍ ଟିମ୍ ପହଂଚି ଅଧିକ ତଦନ୍ତ ଜାରିରଖିଛି । ଗଳିତ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଛି । ଗଳିତ ଶବ ପଡ଼ିଥିବା ସ୍ଥାନର ଏକ ଗଛରେ ଗାମୁଛା ଗୁଡ଼ାହୋଇଥିବା ହେତୁ ଏହା ଆତ୍ମହତ୍ୟା ବୋଲି ଧାରଣା ସୃଷ୍ଟି ହୋଇଥିବାବେଳେ ସ୍ଥାନଟି ଗାଁକୁ ଲାଗିଥିବା ସତ୍ୱେ ଏବଂ ନିକଟରେ ପରିବା ଚାଷ କିଆରି ଥିବାବେଳେ କେହି କେମିତି ଜାଣିପାରିଲେ ନାହିଁ ବୋଲି ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ମୃତ ଯୁବକଙ୍କ ଭାଇ ସାମ୍ବାଦିକ ଦୀପକ ସେନ କୁହନ୍ତି ଏହା ଏକ ସୁ କଳ୍ପିତ ହତ୍ୟାକାଣ୍ଡ ।

ତାଙ୍କ ଭାଇକୁ କେହି ନିଶା ସେବନ କରାଇ ଏଭଳି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ମୃତକଙ୍କ ଭାଇ ଦୀପକ ସେନ କହିଛନ୍ତି । ତେବେ ଖଣ୍ଡ ବିଖଣ୍ଡିତ ଶରୀର ଦେଖିବା ପରେ ଜିତେନ୍ଦ୍ରକୁ କେହି ନୃସଂଶ ଭାବେ ହତ୍ୟା କରିଛି । ତେବେ ପ୍ରେମ ଘଟଣାକୁ କେନ୍ଦ୍ର କରି ଜିତେନ୍ଦ୍ରକୁ ମଧ୍ୟ ହତ୍ୟା କରାଯାଇ ପାରିଥାଏ ବୋଲି ଶୁଣିବାକୁ ମିଳୁଛି । ତେବେ ଧୂଷୁରୀ ପୋଲି ଏ ସମ୍ପର୍କରେ ଥାନା କେସନଂ ୧୬୪/୨୧ରେ ଏକ ମାମଳା ରୁଜୁ କରିଛି । ଜଦି ମୋବାଇଲ ଟ୍ରାକିଂରୁ ଜିତେନ୍ଦ୍ର ସ୍ଥାନୀୟ ଅଂଚଳରେ ଥିଲା ତେବେ ପୋଲିସ କାହିଁକି ତନାଘନା କରି ଜିତେନ୍ଦ୍ରକୁ ସେତେବେଳ ଠାବ କରିପାରିନଥିଲା ସେ ନେଇ ସନ୍ଦେହ ସୃଷ୍ଟି ହେଉଛି । ଜିତେନ୍ଦ୍ର ଖପରପଦା ଅଂଚଳର ଜୈନିକା ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲାବେଳେ ସେହି ଯୁବତୀଙ୍କ ସହ ସ୍ଥାନୀୟ ସରପୁର ଅଂଚଳର ଏକ ଯୁବକ ସହିତ ମଧ୍ୟ ସମ୍ପର୍କ ରହିଥିଲା ବୋଲି ସୁଣିବାକୁ ମିଳୁଛି । ତେବେ ସେହି ପ୍ରେମ ଘଟଣାକୁ ନେଇ ଏପରି କାଣ୍ଡ ଘଟିଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ତେବେ ପୋଲିସ ଅଧିକ ଗୁରୁତର ସହିତ ତଦନ୍ତ କଲେ ପ୍ରକୃତ ସତ୍ୟତା ପଦାକୁ ଆସି ପାରିବ ବୋଲି ସାଧାରଣରେ ଅଭିଯୋଗ ହେଉଛି । ସୂଚନା ଥାଉକି ଉକ୍ତ ଘଟଣା ଘଟିଥିବା ସ୍ତାନରୁ ମାତ୍ର ୫ଶହ ମିଟର ଦୂରରେ ଦେଢବର୍ଷ ତଳେ ଏକ ଛାତ୍ରକୁ ହତ୍ୟା କରାଯାଇଥିବା ଘଟଣାର ରହସ୍ୟ ଉନ୍ମୋଚନ ହୋଇ ପାରିନଥିବାବେଳେ ଉକ୍ତ ଅଂଚଳରେ ଆଜି ଏପରି ଘଟଣା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆନ୍ଦୋଳିତ କରୁଛି । ତେବେ ପୋଲିସ ଏନେଇ ଅଧିକ ତଦନ୍ତ କରିବାକୁ ଦାବି ହେଉଛି । ଉପରୋକ୍ତ ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତର ବାଧା ସୃଷ୍ଟି ହେଉଥିବାରୁ କିଛି କଥାକୁ ଗୋପନ ରଖାଯାଇ ତଦନ୍ତ କରଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଥାନା ଅଧିକାରୀ ପ୍ରଫୁଲ୍ଲ ସିଂ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.