Home ଓଡ଼ିଶା ନବନିର୍ବାଚିତ ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟବ୍ୟାପୀ ଶୁଭେଚ୍ଛା ଓ ଅଭିନନ୍ଦନ

ନବନିର୍ବାଚିତ ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟବ୍ୟାପୀ ଶୁଭେଚ୍ଛା ଓ ଅଭିନନ୍ଦନ

28

ଭୁବନେଶ୍ୱର, ୨୨/୦୭ (ଓଡ଼ିଆ ପୁଅ) : ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଭାରତବର୍ଷ “ଆଜାଦୀ କି ଅମୃତ ମହୋତ୍ସବ” ପାଳନ କରୁଥିବା ସମୟରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡିଆ ଝିଅ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ। ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଏଜ ଉପାନ୍ତ ଅଂଚଳରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇ ରାଷ୍ଟ୍ରପତି ହେବା ସମସ୍ତ ଓଡିଆଙ୍କୁ ଗର୍ବିତ କରିଛି। ବିଜେପି ନେତୃତ୍ୱ ଏନଡିଏ ତରଫରୁ ରାଷ୍ଟ୍ରପତି ପଦ ପାଇଁ ଶ୍ରୀମତୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସାରା ରାଜ୍ୟରେ ଆନନ୍ଦ ଖେଳି ଯାଇଥିଲା ଏବଂ ଗତ କାଲି ସେ ସମ୍ବିଧାନର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହି ଖୁସି ଦ୍ୱିଗୁଣିତ ହୋଇଯାଇଛି। ଆଜି ବିଜେପି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଇଛି।

ଭୁବନେଶ୍ୱରସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପାଠ ପଢୁଥିବା ଭୁବନେଶ୍ୱରସ୍ଥିତ ୟୁନିଟ-୨ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀବାସକୁ ଯାଇ ଅନ୍ତେବାସୀଙ୍କ ସହ ବିଜୟ ଉତ୍ସବ ପାଳନ କରାଯାଇ ମିଷ୍ଠାନ୍ନ ବଂଟନ କରାଯାଇଛି। ସେହିପରି ୟୁନିଟ-୩ ସ୍ଥିତ ଟକର ବାପା ଏସଟି ଛାତ୍ରାବାସ ଏବଂ ବିଜେବି କଲେଜର ବି.ଆର.ଆମ୍ବେଦକର ଛାତ୍ରାବାସର ଅନ୍ତେବାସୀଙ୍କୁ ମିଷ୍ଠାନ୍ନ ବଂଟନ କରାଯାଇ ବିଜୟ ଉତ୍ସବ ପାଳନ କରାଯାଇଛି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମୀରଂଜନ ମୁଦୁଲିଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ତରଫରୁ ୟୁନିଟ-୨ ମାର୍କେଟ ବିଲ୍ଡିଂଠାରେ ମିଷ୍ଠାନ୍ନ ବଂଟନ କରାଯାଇଛି।

ଏହି ଅବସରରେ ବିଧାୟିକା କୁସୁମ ଟେଟେ, ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶୀନି, ବରିଷ୍ଠ ନେତ୍ରୀ କାନନବାଳା ପଟ୍ଟନାୟକ, ନିୟତି ଗିରି, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରଖ୍ୟାତ ହାସ୍ୟ ଅଭିନେତା ହରିହର ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମୀରଂଜନ କାନୁନଗୋ, ବରିଷ୍ଠ ନେତା ରବି ନାରାୟଣ ବେହେରା, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଶ୍ରୀମତୀ ମୁର୍ମୁଙ୍କ ଘନିଷ୍ଠ ବାନ୍ଧବୀ ତଥା ସହପାଠିନୀ ସୁଚିତ୍ରା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.