Home ଓଡ଼ିଶା ଅପରାଜିତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଭୋଟର

ଅପରାଜିତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଭୋଟର

1786

ଭୁବନେଶ୍ୱର ୧୫-୪ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଆସନ୍ତା କାଲି ବିଜେପିର ଷ୍ଟାର କାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରୋଡ ଶୋ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ସମଗ୍ର ଓଡ଼ିଶାର ରାଜନୈତିକ ଫୋକସ୍ ଏହି ରୋଡ୍ ଶୋ ଉପରେ ପର୍ଯ୍ୟବେଶିତ ହେଉଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ସଭାରେ ମୋଦୀ କି ତଥ୍ୟ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଲୋକସଭା ଅନ୍ତର୍ଗତ ସମସ୍ତ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ ମୋଦୀ ଜନସାଧାରଣଙ୍କୁ ଆହ୍ୱାନ କରିବେ। ମାତ୍ର ମୋଦୀଙ୍କର ବେଶୀ ଫୋକସ ରହିବ ଭୁବନେଶ୍ୱର ଲୋକସଭା ଆସନ। ରାଜ୍ୟ ରାଜଧାନୀକୁ ଅକ୍ତିଆର କରିବା ପାଇଁ ମୋଦୀ ଅନେକ କିଛି ତଥ୍ୟ ଉପସ୍ଥାପନ କରିବେ ଭୁବନେଶ୍ୱର ବାସୀଙ୍କ ନିକଟରେ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି ଅପରାଜିତା ଷଢ଼ଙ୍ଗୀଙ୍କୁ। ବହୁ ପୂର୍ବରୁ ଆଏଏସ୍ ରୁ ଅବସର ନେଇ ତାଙ୍କର ମାରାଥନ ପ୍ରଚାର ଆରମ୍ଭ କରିଦେଇଥିଲେ। ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର ଥିଲେ ଅପରାଜିତା ଷଢ଼ଙ୍ଗୀ। ଗତ ଚାରୋଟି ନିର୍ବାଚନରେ ବିଜେଡ଼ିର ରାଜନୈତିକ ଗତିବିଧି ସହିତ ସେ ଓତଃ ପ୍ରୋତଃ ଭାବରେ ଜଡ଼ିତ ଥିଲେ। ପ୍ରତି ନିର୍ବାଚନରେ, ସେ ସାଧାରଣ ନିର୍ବାଚନ ହେଉ, ପଞ୍ଚାୟତ ନିର୍ବାଚନ ହେଉ ଅଥବା ମ୍ୟୁନିସପାଲିଟି ନିର୍ବାଚନ ହେଉ ଶାସକ ବଜେଡ଼ିର ସମସ୍ତ ରାଜନୈତିକ ଫର୍ମୁଲା ସହିତ ଓତଃପ୍ରୋତଃ ଭାବରେ ଜଡ଼ିତ ଥିଲେ ଅପରାଜିତା। ବିଜେପିରେ ଯୋଗଦେବାପରେ ବିଜେଡ଼ି କରୁଥିବା ଫର୍ମୁଲାକୁ ପ୍ରଥମେ ଆପଣାଇଥିଲେ ଅପରାଜିତା। ଏବେ ସେଥିରେ ଅପରାଜିତା ସଫଳତା ମଧ୍ୟ ପାଇଛନ୍ତି। ଅପରାଜିତାଙ୍କ ନାମ ଘୋଷଣା ହେବାର ବହୁ ବିଳମ୍ବରେ ବିଜେଡ଼ି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷଣା କଲା। ଭୁବନେଶ୍ୱରରୁ ବିଜେଡ଼ି ଟିକେଟରେ ପାଞ୍ଚଥର ସାଂସଦ ହୋଇଥିବା ବରିଷ୍ଠ ବିଡେଡ଼ି ନେତା ଡଃ ପ୍ରସନ୍ନ ପାଟ୍ଟଶାଣୀଙ୍କର ଟିକେଟ କାଟି ଦଳ ମହାରାଷ୍ଟ୍ର କ୍ୟାଡରର ଓଡ଼ିଆ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଛି। ଏହାପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ଆକାର ଧାରଣ କରିଥିଲା। ଅରୂପଙ୍କ ଟିକେଟ ଘୋଷଣା ହେଲା ବେଳକୁ ତାଙ୍କ ପ୍ରତିପକ୍ଷ ଅପରାଜିତା ଷଢ଼ଙ୍ଗୀ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟ ସମାପ୍ତ କରିସାରିଥିଲେ। ଅରୂପ ମଇଦାନକୁ ଓହ୍ଲାଇଲା ପରଠାରୁ ଆଜି ପର୍ଯ୍ୟନ୍ତ ବିଜେଡ଼ି କର୍ମୀଙ୍କର ରୋଷର ଶିକାର ହୋଇଆସୁଛନ୍ତି। ତଥାପି ଏହାକୁ ଭୃକ୍ଷେପ କରୁନାହାଁନ୍ତି ଅରୂପ। ରାଜନୀତି ସହିତ କଦାପି ଜଡ଼ିତ ନଥିବା ଅରୂପ ପଟ୍ଟନାୟକ, ପୋଲିସ୍ ଢ଼ାଞ୍ଚାରେ ଚଳାଇଛନ୍ତି ତାଙ୍କ ନିର୍ବାଚନ ପ୍ରଚାର। ତାଙ୍କ ମତରେ ଭୁବନେଶ୍ୱରରୁ ପାଞ୍ଚଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ଟଙ୍କାଟିଏ ଖର୍ଚ୍ଚ କରନ୍ତି ନାହିଁ କିମ୍ବା ପୋଷ୍ଟଟିଏ ମାରନ୍ତି ନାହିଁ। ସେ ଯଦି କୋଡ଼ିଏ ବର୍ଷ ସାଂସଦ ହୋଇପାରିଲେ ତେବେ ମୁଁ କାହିଁକି ନିର୍ବାଚିତ ହୋଇପାରିବି ନାହିଁ ?

ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତୋଟି ବିଧାନସଭା ଆସନର ବିଜେଡ଼ି ପ୍ରାର୍ଥୀମାନଙ୍କର ନିର୍ବାଚନୀ ଖର୍ଚ୍ଚ ତୁଲାଇବା ସହ ବଲିଉଡ୍ ରୁ ବଡ଼ ବଡ଼ ସିନେ ତାରକାଙ୍କୁ ଆଣି ନିର୍ବାଚନ ପ୍ରଚାରରେ ସାମିଲ କରିବାର ପ୍ରତିଶୃତି ବିଡେଡ଼ି ଦଳକୁ ଦେଇଥିଲେ ଅରୂପ। ଆଉ ଦିନ କେଇଟା ପରେ ନିର୍ବାଚନ ତାରିଖ। ମାତ୍ର ଏ ପର୍ଯ୍ୟନ୍ତ ଅରୂପ ତାଙ୍କର ପ୍ରତିଶୃତି ରକ୍ଷା କରିବାରେ ସକ୍ଷମ ହୋଇପାରିନାହାଁନ୍ତି। ଏହା ସହିତ ଦୀର୍ଘ କୋଡ଼ିଏ ବର୍ଷ ଧରି ଭୁବନେଶ୍ୱର ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କର ସାହାଯ୍ୟ ଲୋଡ଼ିବାକୁ ମଧ୍ୟ ଉଚିତ ମନେ କରୁନାହାଁନ୍ତି। ଅରୂପଙ୍କର ଏହି ଅନଭିଜ୍ଞ ରାଜନୈତିକ ଚିନ୍ତାଧାରାକୁ ନେଇ ଅସନ୍ତୁଷ୍ଟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ତେଣୁ ଏହି ଘଡ଼ିଷନ୍ଧି ମୂହୂର୍ତ୍ତରେ ଅରୂପଙ୍କର ରାଜନୈତିକ ଅପରିପକ୍ୱତାର ଫାଇଦା ଉଠାଇଚାଲିଛନ୍ତି ଅପରାଜିତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.