Home କୋରାପୁଟ ହତ୍ୟା ମାଲାରେ ଫେରାର ଅଭିଯୁକ୍ତ ଗିରଫ

ହତ୍ୟା ମାଲାରେ ଫେରାର ଅଭିଯୁକ୍ତ ଗିରଫ

929

କୋରାପୁଟ ୧୬-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ଏକ ହତ୍ୟା ମାମଲାରେ ୨୦୧୫ରୁ ଫେରାର ଥିବା ଜଣେ ଅଭିଯୁକ୍ତକୁ କାକିରିଗୁମ୍ମା ପୁଲିସ ରାୟଗଡା ଜିଲା ଟିକିରି ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। କାକିରିଗୁମ୍ମା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫ ସେପ୍ଟେମ୍ବର ୯ରେ କାକିଗିଗୁମ୍ମା ଥାନା ମାଟୁଗୁଡା ଗ୍ରାମର ସତ୍ୟ ତୁରୁକ ଓ ଅନ୍ୟ ଜଣେ ସହଯୋଗୀ ପୂର୍ବ ଶତୃତାକୁ ନେଇ ସେହି ଗ୍ରାମର ଜେନା ତୁରୁକକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ଦିନରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବାବେଳେ କାକିରିଗୁମ୍ମା ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୦୨/୩୪ ଧାରାରେ ଏକ ମାମଲା(କେସନଂ-୪୭/୨୦୧୫) ରୁଜୁ କରା ଯାଇ ତଦନ୍ତ ଚାଲିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ସତ୍ୟ ତୁରୁକ ରାୟଗଡା ଜିଲା ଟିକିରି ଥାନା ରାଦ୍ଧୁଗୁଡା ଗ୍ରାମରେ ରହୁଥିବା କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ନାୟକଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ ଚଢଉ କରି ସତ୍ୟ ତୁରୁକକୁ ଗିରଫ କୋର୍ଟ ଚାଲାଣ କରିଛନ୍ତି। ସୂଚନାଥାଉ କି ଯେ ଗିରଫ ଅଭିଯୁକ୍ତ ସତ୍ୟ ତୁରୁକ ୨୦୧୨ରେ ଘଟିଥିବା ଏକ ହତ୍ୟା ମାମଲାରେ ଜାମିନରେ ଆସିଥିବାବେଳେ ୨୦୧୫ ରେ ପୁଣି ଜଣକୁ ହତ୍ୟା କରି ଫେରାର୍ ହୋଇଥିଲା। ଥାନା ଅଧିକାରୀ ଶ୍ରୀ ନାୟକ ଓ କାକିରିଗୁମ୍ମା ପୁଲିସର ସଫଳତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.