Home ଜିଲ୍ଲା ପରିକ୍ରମା ଅନ୍ୟଦଳର ତୁଙ୍ଗ ନେତା-କର୍ମୀଙ୍କୁ ବିଜେଡ଼ିରେ ସ୍ୱାଗତ

ଅନ୍ୟଦଳର ତୁଙ୍ଗ ନେତା-କର୍ମୀଙ୍କୁ ବିଜେଡ଼ିରେ ସ୍ୱାଗତ

72

ବାଲେଶ୍ୱର, ୩୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ଉପ-ନିର୍ବାଚନର ତାରିଖ ଘୋଷଣା ହେବା ପରେ ସଦର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି। ଆଜି ରାଇସୁଆଁ ପଞ୍ଚାୟତରେ ଅନ୍ୟ ଦଳର ବହୁ ଟାଣୁଆ ନେତା ଓ କର୍ମୀ ନିଜର ଦଳ ଛାଡି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳ ପରିବର୍ତ୍ତନ କରି ବିଜେଡ଼ିରେ ଯୋଗ ଦେଲେ ବୋଲି ପ୍ରକାଶ କରିଛନ୍ତି। ବାଲେଶ୍ୱର ଠାରେ ଅନୁଷ୍ଠିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସେରୁ ଖାନ୍‌, ଶେଖ୍ ଉସ୍‌ମାନ୍‌, ଶେଖ୍ ସଲାଉଦ୍ଦିନ, ଶେଖ୍ ନୁର୍‌ସାତ, ଶେଖ୍ ୱାଜୁଦ୍ଦିନ(କୁନା), ଶେଖ୍ ଗୁଲ୍‌ଫାନ୍‌, ଶେଖ୍ ସଇଦ, ଶେଖ୍ ମକ୍‌ସୁତ୍‌, ଶେଖ୍ ସବାନୀ, ଶେଖ୍ ଗୁନୁବାବୁ, ଶେଖ୍ ୟୁସୁବ୍‌, ଶେଖ୍ ଇସଲାମ, ସେକ ଅସମିତ୍‌, ପ୍ରମୁ୍‌ଖ ଶେଖ୍ ଅଜ୍‌ମତ୍ ପ୍ରମୁଖ ନେତୃବୃନ୍ଦଙ୍କୁ ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ଜେନା ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ବିଜେଡ଼ି ସଭାପତି ବସନ୍ତ ପଣ୍ଡା, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ୨୮ନଂ ଜିଲ୍ଲା ପରିଷଦ ଜୋନ୍‌ର ପର୍ଯ୍ୟବେକ୍ଷକ ବଂଶୀଧର ପଣ୍ଡା ଓ ଯାଦବେଶ ମିଶ୍ର, ବିଜେଡ଼ି ସଂଖ୍ୟାଲଘୁ ନେତା ଇନ୍ତେଖାବ୍ ଅଲ୍ଲୀ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.