Home ଓଡ଼ିଶା ଅନ୍ଧ ବିଶ୍ୱାସରେ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିର୍ଯ୍ୟାତନା

ଅନ୍ଧ ବିଶ୍ୱାସରେ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିର୍ଯ୍ୟାତନା

115

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୬-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ଦିନକୁ ଦିନ ଅନ୍ଧ ବିଶ୍ୱାସ ବଢିବାରେ ଲାଗିଛି । ଯାହା ଫଳରେ ଅନ୍ଧ ବିଶ୍ୱାସକୁ ଆଧାର କରି ଗାଁ ଗାଁ ରେ କଙ୍ଗାରୁ କୋର୍ଟ ଓ ଖାପ୍ ପଂଚାୟତମାନ ବସୁଛି । ନିରୀହ ଲୋକମାନେ ତାର ଶିକାର ହେଉଛନ୍ତି । ବିଶେଷତଃ ଆଦିବାସୀ ପ୍ରଭାବିତ ଗାଁ ମାନଙ୍କରେ ଏଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି । ସେହିଭଳି ଏକ ଅନ୍ଧ ବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି ରଣପୁର ବ୍ଲକ୍ ମହତପଲ୍ଲା ଗ୍ରାମ ପଂଚାୟତ ଭାଲିଆମାଳ ଗ୍ରାମରେ । ୧୪ ଗୋଟି ପରିବାରକୁ ନେଇ ଏହି ଗ୍ରାମଟି ଅବସ୍ଥିତ । ଗତ ୨୦ ତାରିଖ ସଂଧ୍ୟାରେ ଜଣେ ମହିଳା ଶୌଚ ହୋଇ ଫେରିବା ବେଳେ ତାଙ୍କୁ ଭୁତ ଲାଗିଥିଲା ବୋଲି କହୁଥିଲେ । ସେହି ମହିଳାଙ୍କୁ ଗ୍ରାମଦେବୀଙ୍କ ପାଖକୁ ନେଇଥିଲେ । ଗ୍ରାମଦେବୀଙ୍କ କାଳସୀ ଉଭାହୋଇ ସେହି ଗ୍ରାମର ବସନ୍ତ ଦେହୁରୀକୁ ଚିହ୍ନଟ କରି କହିଥିଲା ସେହିଁ ଏହି ମହିଳାଙ୍କୁ ପେଷକ କରିଛି । ତେଣୁ ଗ୍ରାମବାସୀମାନେ ଏକଜୁଟ୍ ହୋଇ ବସନ୍ତ ଦେହୁରୀକୁ ମାଡ ମାରିଲେ ।

ଶେଷରେ ଏକ ପାତ୍ରରେ ଗରମ ପାଣି ଗରମ କରି ସେହି ଭିତରେ ଠାକୁରାଣୀ ଶଙ୍ଖା ପକାଇ କହିଲେ ଯଦି ତୁ ପେଷକ କରିନାହୁଁ ତାହେଲେ ଗରମ ପାଣି ଭିତରୁ ଠାକୁରାଣୀଙ୍କ ଶଙ୍ଖା ବାହାର କର । ସେହି ଗରମ ପାଣି ଭିତରେ ହାତ ବୁଡାଇବା ପାଇଁ ଅରାଜି ହେବାରୁ ତା ହାତକୁ ଜବରଦସ୍ତ ପାଣିରେ ବୁଡାଇ ଶଙ୍ଖା ବାହାର କରିଥିଲେ । ଏହି ଘଟଣା ରଣପୁର ଥାନା ଇନିସପେକ୍ଟର ରଶ୍ମିରଂଜନ ଦାଶ ବସନ୍ତ ଦେହୁରୀ ପୁଅଙ୍କଠାରୁ ଖବର ପାଇ ଘଟଣା ସ୍ଥଳରେ ପହଁଚି ବସନ୍ତ ଦେହୁରୀଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ରଣପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଏବଂ ଗ୍ରାମର ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଘଟଣାଟି ରଣପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.