Home ଜିଲ୍ଲା ପରିକ୍ରମା ନୟାଗଡ଼ ୩ ଆକ୍ରାନ୍ତ ସହ ୧୨୦ ଛୁଇଁଲା

ନୟାଗଡ଼ ୩ ଆକ୍ରାନ୍ତ ସହ ୧୨୦ ଛୁଇଁଲା

122

ନୟାଗଡ଼, ୨୧ା୬ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ ରବିବାର ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୭ ଥାଇ ସ୍ଥିର ଥିବାବେଳେ ଆଜି ୩କୁ ମିଶାଇ ସମୁଦାୟ ୧୨୦ କୁ ଛୁଇଁଛି। ଏହି ୩ ଆକ୍ରାନ୍ତ ହେଲେ ରଣପୁର ବ୍ଳକ ସୁର୍କାବାଡ଼ି ପଂଚାୟତ ବୋଲି ଜଣାପଡ଼ିଛି। ଏହି ୩ଜଣ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହେବା ପରେ ଆଉ ୭ଦିନ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ହେଲେ ଏମାନେ ବିଭିନ୍ନ ଲୋକଙ୍କ ସମ୍ପର୍କରେ ଆସି ଏଣେ ତେଣେ ବୁଲାବୁଲି କରିଥିଲେ। ସୁର୍କବାଡ଼ି, ଠଣାପଲ୍ଲୀ ଓ ଠଣାପଲ୍ଲୀପାଟଣା ଗ୍ରାମକୁ ସରପଂଚ ସର୍ଟଡାଊନ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.