Home ଆନ୍ତର୍ଜାତୀୟ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଲା ଇଟାଲିୟାନ ଗୋଲଡ଼େନ୍ ସ୍ୟାଣ୍ଡଆର୍ଟ ପୁରସ୍କାର

ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଲା ଇଟାଲିୟାନ ଗୋଲଡ଼େନ୍ ସ୍ୟାଣ୍ଡଆର୍ଟ ପୁରସ୍କାର

332

ଭୁବନେଶ୍ୱର ୧୭-୧୧ (ଓଡ଼ିଆ ପୁଅ) ଆଉ ଏକ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି ପଦ୍ମଶ୍ରୀ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତାଙ୍କୁ ‘ଇଟାଲୀୟାନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ’ ପୁରସ୍କାର ୨୦୧୯ ପାଇଛନ୍ତି। ରୋମରେ ଅନୁଷ୍ଠିତ ଏକ ସମାରୋହରେ ପ୍ରୋମୁବୀ ଅନ୍ତରାଷ୍ଟ୍ରୀୟ ସ୍କୋରା‌ନୋ ସ୍ୟାଣ୍ଡ ନେଟିଭିଟିର ଅଧ୍ୟକ୍ଷ ଶ୍ରୀ ଭିଟୋ ମାରାଶ୍ଚିୟୋଙ୍କ ଦ୍ବାରା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଇଟାଲିଆନ ଗୋଲଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ-୨୦୧୯ ପାଇଁ ସମ୍ମାନିତ ହୋଇଛନ୍ତି। ୫ ଦିନ ବ୍ୟାପୀ ଏହି ଉତ୍ସବ ନଭେମ୍ବର ୧୩ରୁ ୧୮ ଯାଏଁ ଚାଲିଛି। ଏହି ଉତ୍ସବରେ ସୁଦର୍ଶନ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ ମୋଟ ୮ ଜଣ ବାଲୁକା ଶିଳ୍ପୀ ଏଥିରେ ଭାଗନେଇଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.