Home କେନ୍ଦୁଝର ଅନୁସୂଚିତ ଜାତି ଓ ଜନଜାତି ସମ୍ପର୍କ ଶିବିର ଅନୁଷ୍ଠିତ

ଅନୁସୂଚିତ ଜାତି ଓ ଜନଜାତି ସମ୍ପର୍କ ଶିବିର ଅନୁଷ୍ଠିତ

86

ପାଟଣା ୧୪-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।

ପାଟଣା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ବଳ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସମ୍ପର୍କ ଶିବିରରେ କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ମୁର୍ମୁ, ସ୍ୱତନ୍ତ୍ର ଅଧିକାରୀ ସମନ୍ଵିତ ଆଦିବାସୀ ସଂସ୍ଥା ସଞ୍ଜୁ ଦାଶ, ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାଶ, ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ପାଟଣା ବ୍ଲକ ଅଧକ୍ଷ ବିଶ୍ଵନାଥ ନାଏକ, ବ୍ଲକ ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ, ପାଟଣା କୃଷି ଅଧିକାରୀ ପରେଶ ଦାଶ, ପାଟଣା ପଶୁ ଚିକିତ୍ସା ଅଧିକାରୀ ବିଜୟାନନ୍ଦ ସେଠୀ, ପାଟଣା ବନପାଳ ସନ୍ତୋଷ କୁମାର ପହି, ମିରିଖୋଜୀ ସମିତି ସଭ୍ୟା ଧରିତ୍ରୀ ମହାନ୍ତ, ୨୩ ନଂ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇ ସରକାର ଙ୍କ ତରଫରୁ ବିଭିନ୍ନ ଜନ ମଙ୍ଗଳ କାରୀ ଯୋଜନା କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସରକାର ଙ୍କ ଯୋଜନା କୁ ଆଦିବାସି ଜନଜାତି ବର୍ଗ ର ଲୋକେ କିପରି ଲାଭ ଉଠାଇ ପାରିବେ ଓ ଯୋଜନା ର ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ ଲୋକ ଙ୍କୁ ବୁଝାଇ ଥିଲେ।

ବିଭିନ୍ନ ବିଭାଗ ତରଫରୁ କୃଷି, ମତ୍ସ ସମ୍ପଦ, ପଶୁ ସମ୍ପଦ, ଜାତୀୟ ମାଣ୍ଡିଆ ମିଶନ, ଉଦ୍ୟାନ ଓ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଏ ସମ୍ପର୍କ ରେ ଲୋକଙ୍କୁ ବିଭିନ୍ନ ଷ୍ଟଲ ପ୍ରଦର୍ଶନ କରି ସଚେତନା କରାଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.