Home କେନ୍ଦ୍ରାପଡ଼ା ଭାଗବତପୁର ପଂଚାୟତ ଅଗ୍ନିବିପନ୍ନଙ୍କୁ ବିଧାୟକଙ୍କ ସହାୟତା ପ୍ରଦାନ

ଭାଗବତପୁର ପଂଚାୟତ ଅଗ୍ନିବିପନ୍ନଙ୍କୁ ବିଧାୟକଙ୍କ ସହାୟତା ପ୍ରଦାନ

266

କେନ୍ଦ୍ରାପଡା ୨୭/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(କିଜଙ୍ଗପଡା) ଗ୍ରାମର ପଦ୍ମ ଚରଣ ରାଉତଙ୍କ ଘରଟି ବଜ୍ରପାତରେ ସଂପୂର୍ଣ୍ଣ ପୋଡିଯିବା ସହ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଏ ସମ୍ପର୍କରେ ଖବର ପାଇ ତାଙ୍କ ବ୍ଲକ ପ୍ରତିନିଧି ଶିବ ପ୍ରସାଦ ଭଳଙ୍କୁ ସେଠାକୁ ପଠାଇ ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ଏଥିସହିତ ଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କ ସହ ଟେଲିଫୋନରେ କଥା ହୋଇ ସଂପୃକ୍ତ ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ପରାମର୍ଶ ଦେଇଛନ୍ତି। ଆର୍ଥିକ ସହାୟତା ପ୍ରଦାନ ସମୟରେ ଶ୍ରୀ ଭଳଙ୍କ ସହିତ ଭାଗବତପୁର ପଂଚାୟତ ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ବସନ୍ତ ଜେନା, ସୁବାଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.