Home ଜିଲ୍ଲା ପରିକ୍ରମା ଜଗନ୍ନାଥବଜାର ବଣିକସଂଘ ପ୍ରତିଷ୍ଠାତା ସ୍ୱପ୍ନେଶ୍ୱର ପଣ୍ଡାଙ୍କ ବିୟୋଗ

ଜଗନ୍ନାଥବଜାର ବଣିକସଂଘ ପ୍ରତିଷ୍ଠାତା ସ୍ୱପ୍ନେଶ୍ୱର ପଣ୍ଡାଙ୍କ ବିୟୋଗ

64

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥବଜାର ବଣିକ ସଂଘର ପ୍ରତିଷ୍ଠାତା ତଥା ପ୍ରାକ୍ତନ ସଭାପତି ସ୍ୱପ୍ନେଶ୍ୱର ପଣ୍ଡାଙ୍କ ମଙ୍ଗଳବାର ସକାଳେ ଚତୁର୍ଭୁଜପୁର ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁୁ ୮୧ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ପଣ୍ଡା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ, ବୋହୂ, ନାତିନାତୁଣୀ, ପୁତୁରା ଅରୁଣ, ଅଶୋକ, ବରୁଣ, ରାଜେନ୍ଦ୍ରଙ୍କ ସମେତ ଝିଅ, ଜ୍ୱାଇଁ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ପୁତ୍ର ଦେବାଶିଷ ମୁଖାଗ୍ନି ଦେଇଥିଲେ । ଜଗନ୍ନାଥବଣିକ ସଂଘ ସଭାପତି କମଳାକାନ୍ତ ସାମଲ, ସମ୍ପାଦକ ରାଜେନ୍ଦ୍ର ଶତପଥି, ଶ୍ୟାମସୁନ୍ଦର ଦାସ, ସୁଦାମ ଦାସ, ସୁଶାନ୍ତ ପତି ପ୍ରମୁଖଙ୍କ ସମେତ ବିଜେପି ନେତା ବଦ୍ରୀନାରାୟଣ ଧଳ, ସାହିତ୍ୟିକ ନାରାୟଣ ଚନ୍ଦ୍ର ସାମଲ, ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରୀତିକାନ୍ତ ରାଉତ, ପ୍ରତ୍ୟୁତ ସାମଲ, ମୋହନ ରାୟ, ବିନୋଦ ପଲାଇ, ପପୁ ଦାସ, ରାମଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ନ୍ୟାୟବିଚାର ପ୍ରଦାନ କରିବାରେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ସ୍ୱତନ୍ତ୍ର ପରିଚିତି ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.