Home ଅନୁଗୁଳ ଅନୁଗୁଳରେ କୁହୁଡି

ଅନୁଗୁଳରେ କୁହୁଡି

150

ଅନୁଗୁଳ,୧୫/୦୯,(ଓଡ଼ିଆ ପୁଅ ପି ନାଏକ): ଏବେ ବର୍ଷା ଯୋଗୁଁ ଅନେକ ଜାଗା ଜଳମଗ୍ନ ହୋଇ ରହିଥିବା ବେଳେ ଅନୁଗୁଳ ଛେଣ୍ଡିପଦାରେ କିନ୍ତୁ ଟିକିଏ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଆଜି ଅନୁଗୁଳ ଜିଲ୍ଲା ଛେଣ୍ତିପଦାରେ ପ୍ରବଳ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ସୂଚନା ମିଳିଛି । ଏହି କୁହୁଡି ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିଥିଲା ।  ଫଳରେ ଲୋକଙ୍କ କାର୍ଯ୍ୟରେ ଅନେକ ସମସ୍ୟା ସହ ଟ୍ରକ୍ ଓ ବସ୍ ରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଶୀତ ଦିନ ଆସିବା ପୂର୍ବରୁ ହିଁ ଅନୁଗୁଳରେ କୁହୁଡ଼ି ଅନୁଭୂତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.