Home କେନ୍ଦୁଝର ଅନଲାଇନରେ ଚାଉଳ ବିକ୍ରୀକୁ ବିରୋଧ, ଟିପ ଦେବାକୁ ଲୋକେ ନାରାଜ

ଅନଲାଇନରେ ଚାଉଳ ବିକ୍ରୀକୁ ବିରୋଧ, ଟିପ ଦେବାକୁ ଲୋକେ ନାରାଜ

106

ହାଟଡ଼ିହି, ୨୨ /୬ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଥିବାବେଳେ ଏବେ ଗାଁ ଗାଁରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ପ୍ରତିଦିନ ୫ରୁ ୧୦ସଂକ୍ରମିତ ଥିବାବେଳେ ଏହି ସମୟରେ ଯୋଗାଣ ବିଭାଗ ପକ୍ଷରୁ ଅନଲାଇନରେ ଚାଉଳ ବିକ୍ରୀ କରାଯିବାକୁ ନିଷ୍ପତି ନିଆଯାଇଛି । ଯାହା ଫଳରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଟିପ ଦେଇ ଚାଉଳ ନେବାକୁ ଅନେକ ଲୋକ ବିରୋଧ କରୁଥିବା ଜଣାଯାଇଛି । ସରକାର କରୋନାକୁ ପ୍ରତିହତ କରିବାପାଇଁ ବିଭିନ୍ନ ନୀତିନିୟମ କରୁଥିବାବେଳେ ଟିପଦେଇ ଜଣେ ପରେ ଜଣେ କିପରି ଚାଉଳ ଉଠାଇବେତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି କେହି ଜଣେ କରୋନା ସଂକ୍ରମିତ ଟିପଦେଇ ଚାଉଳ ନିଏ ତେବେ ପରେ ଟିପ ଦେଉଥିବା ଲୋକମାନେ ସଂକ୍ରମିତ ହେବେ ନାହିଁଁ କି ବୋଲି ପ୍ରଶ୍ନ ଉଠିଛି । ଜିଲ୍ଲା ପ୍ରଶାସନ କରୋନା ନହଟିବା ପର୍ଯ୍ୟନ୍ତ ତୁରନ୍ତ ଅନଲାଇନରେ ଚାଉଳ ବଣ୍ଟନ ବ୍ୟବସ୍ଥାକୁ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.