Home କେନ୍ଦୁଝର ହାଟଡିହି ବ୍ଲକରେ ଦୁଇ ଦିନରେ ୪୧ ଆକ୍ରାନ୍ତ

ହାଟଡିହି ବ୍ଲକରେ ଦୁଇ ଦିନରେ ୪୧ ଆକ୍ରାନ୍ତ

45

ହାଟଡ଼ିହି-୨୨ / ୬ , (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ କରୋନା ସଂକ୍ରମଣଙ୍କ ସଂଖ୍ୟା କମି କମି ଯାଉଥିବାବେଳେ ହାଟଡିହି ବ୍ଲକରେ ଏହା କମିବାର ନାଁ ଧରୁନି । ପ୍ରତିଦିନ ୧୫ରୁ ୨୦ଜଣ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୧ଶହ ଟପିଲାଣି । ଗତ ଦୁଇଦିନ ଭିତରେ ବ୍ଲକରେ ମୋଟ ୪୧ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୦ତାରିଖରେ ୨୦ଜଣ ଚିହ୍ନଟ ହୋଇଥିବାବେଳେ ୨୧ତାରିଖରେ ୨୧ଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇଦିନରେ ଅକରୁଆ ପଞ୍ଚାୟତରେ ୪ଜଣ, ସମଣା ପଞ୍ଚାୟତରେ ୯ଜଣ, ବଡରମ୍ପାସ ପଞ୍ଚାୟତରେ ଜଣେ, ଶାଳଣିଆଁ ପଞ୍ଚାୟତରେ୯ଜଣ, ଡଅଁର ପଞ୍ଚାୟତରେଜଣେ, ଷଡଙ୍ଗ ପଞ୍ଚାୟତରେ ୭ଜଣ ଓ ସୁଲଣ ପଞ୍ଚାୟତରେଜଣେ, ମରୈଗାଁ ପଞ୍ଚାୟତରେ ୨ଜଣ, କଳିଗାଁ ପଞ୍ଚାୟତରେ ଜଣେ, ସୋସୋ ପଞ୍ଚାୟତରେ ଜଣେ, ଆମ୍ବୋ ପଞ୍ଚାୟତରେ ଜଣେ, ଓରାଳି ପଞ୍ଚାୟତରେ ଜଣେ, ହଦଗଡ ପଞ୍ଚାୟତରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୬ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସରକାରଙ୍କ କରୋନା କଟକଣା ଏହି ଅଞ୍ଚଳରେ ଠିକ ଭାବରେ କାମ କରୁନି । ଯାହାଦ୍ୱାରାକି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲୁଥିବା ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.