Home ଜିଲ୍ଲା ପରିକ୍ରମା କରୋନା ଧୋଇ ନେଲା ଗଣେଷ ପୂଜା, ପୁରପଲ୍ଲୀରେ ନିରାଡ଼ମ୍ବରରେ ପାଳିତ

କରୋନା ଧୋଇ ନେଲା ଗଣେଷ ପୂଜା, ପୁରପଲ୍ଲୀରେ ନିରାଡ଼ମ୍ବରରେ ପାଳିତ

108

ବାହାନଗା,୨୨ା୮(ଭାରତୀ ଦାସ/ ଓଡ଼ିଆ ପୁଅ) : କରୋନା ଧୋଇ ନେଇଛି ଗଣେଷ ପୂଜା । ମହାମାରୀକୁ ନଜରରେ ରଖି ସରକାରଙ୍କର ନିର୍ଦ୍ଦେଶ ଅନୁସାରେ ପୂଜା ଓ ପର୍ବ ପର୍ବାଣକୁ ନିରାଡ଼ମ୍ବରେ ପାଳତ କରିବାକୁ ସରକାର ଗାଇଡ଼ ଲାଇନ ପ୍ରସ୍ତୁତ କରିଥିଲେ । ସେହି ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ପୁରପଲ୍ଲୀରେ ନିରାଡ଼ମ୍ବର ପୂଜା କରାଯାଇଛି । ସ୍କୁଲ , କଲେଜ , କ୍ଲବ କେଉଁଠି ବି ଆଡ଼ମ୍ବର ଦେଖା ଯାଉ ନଥିବାର ପରିଲକ୍ଷିତ ହେଉଛି । ନିରାଡ଼ମ୍ବର ସହ ଜନ ଗହଳି ହୋଇ ନଥିବା ଦେଖା ଯାଇଛି । ସ୍କୁଲ କଲେଜ ମାନଙ୍କରେ ଛାତ୍ରଛାତ୍ରୀ ବିନା ଶିକ୍ଷକଙ୍କ ଦ୍ୱାରା ଔପଚାରିକ ପୂଜା ହୋଇ ଥିବା ବେଳେ କ୍ଲବ ଓ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରେ ସେମିତି ବହୁ କମ ସଂଖ୍ୟକ ସଦସ୍ୟଙ୍କ ଦ୍ୱାରା ପୂଜା ହୋଇ ଥିଲା । ବହୁ ଅନୁଷ୍ଠାନ ମାନଙ୍କରେ ପୂଜା ହୋଇ ନଥିବା ବେଳେ କେଉଁ ଅନୁଷ୍ଠାନ ମାନଙ୍କରେ କେବଳ ଫଟୋ ବସାଇ କଳସ ପୂଜା ହୋଇ ଥିଲା । ତା ଛଡ଼ା ମୂର୍ତ୍ତି କାରିଗର ମାନେ କରୋନାକୁ ଆଖି ଆଗରେ ରଖି ପର‌୍ୟ୍ୟାପ୍ତ ପରିମାଣରେ ମୂର୍ତ୍ତି  ତିଆରି କରି ନଥିଲେ । ସେପ୍ରକାର ବହୁଳ ପରିମାଣର ମୂର୍ତ୍ତିର ଅର୍ଡ଼ର ତାଙ୍କ ପାଖକୁ ଆସି ନଥିଲା । ତେଣୁ ବିଘ୍ନରାଜଙ୍କ ପୂଜା ସେମିତରେ କଟିଲା । ପୁଣି ଅଗକୁ ଆସୁଛି ବିଶ୍ୱକର୍ମା, ପର୍ବଣ, ଲକ୍ଷ୍ମୀପୂଜା, କାଳିପୂଜା ପ୍ରଭୃତି । କଣ ରହୁଛି କରୋନାର ଗତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.