Home ଜିଲ୍ଲା ପରିକ୍ରମା ଅଧୁରା ରହିଲା ଆଖଣ୍ଡଳମଣିଙ୍କ ଦର୍ଶନ, ଶିବଗଙ୍ଗା ପୁଷ୍କରିଣୀରେ ବୁଡିଯାଇ ଜଣେ ମୃତ, ୩ ଆହତ

ଅଧୁରା ରହିଲା ଆଖଣ୍ଡଳମଣିଙ୍କ ଦର୍ଶନ, ଶିବଗଙ୍ଗା ପୁଷ୍କରିଣୀରେ ବୁଡିଯାଇ ଜଣେ ମୃତ, ୩ ଆହତ

11

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭଦ୍ରକ ଜାନୁଗଞ୍ଜରେ ରହୁଥିବା ୪ଜଣ ଛାତ୍ର ସାଙ୍ଗ ହୋଇ ଆସିଥିଲେ ଆରଡିପୀଠକୁ। ମଣିବାବାଙ୍କ ଦର୍ଶନ ପୂର୍ବରୁ ପୀଠରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ୪ଜଣ ସାଙ୍ଗ ମିଳିମିଶି ଗାଧୋଇଥିବା ସମୟରେ ଗୋଡ ଖସିଯିବାରୁ ଅକାତ ପାଣିରେ ପୁଷ୍କରିଣୀ ଭିତରକୁ ଚାଲିଯାଇଥିଲେ। ଉପସ୍ଥିତଥିବା ସ୍ଥାନୀୟ ଲୋକ ସମସ୍ତ ୪ଜଣଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଯୋଗେ ଆରଡି ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ଧାମନଗର ସୋହଡା ଅଂଚଳର ଦେବବ୍ରତ ମିଶ୍ର(୨୪) ଭଦ୍ରକ ସ୍ୱୟଂଶାଶିତ ମହାବିଦ୍ୟାଳୟର +୩ ୨ବର୍ଷର ଛାତ୍ର। ଜାନୁଗଞ୍ଜର ଏକ ମେସରେ ରହି ପାଠ ପଢୁଥିଲେ। ଅନ୍ୟ ୩ଜଣ ଛାତ୍ରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱର ପାବଛ ନିର୍ମାଣ କାର୍ଯ୍ୟ ଠିକ ଭାବେ ହୋଇନଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏପରିକି ୪ବର୍ଷ ମଧ୍ୟରେ ପୁଷ୍କରିଣୀରେ ୪ଜଣ ବୁଡିଯାଇ ମୃତ୍ୟୁବରଣ କଲେଣି। ନିକଟରେ ୨ମାସ ତଳେ ଜଣେ ଛୋଟ ପିଲା ପୁଷ୍କରିଣୀକୂଳରେ ଖେଳୁଥିବା ବେଳେ ଗୋଡ ଖସିଯିବାରୁ ମୃତ୍ୟୁ ଘଟିଥିଲା। ପୁଷ୍କରିଣୀ ଚତୁଃପାର୍ଶ୍ୱରେ ଥିବା ସ୍ଥାୟୀ ଆଲୋକ ଅକାମୀ ହୋଇପଡିଥିବାରୁ ସଂଧ୍ୟା ହେଲେ ଅନ୍ଧକାରମୟ ହୋଇ ପଡୁଛି ପୁଷ୍କରିଣୀ କୂଳ। ପୁଷ୍କରିଣୀ ଘାଟ ଓ ଚତୁଃପାର୍ଶ୍ୱର ଉନ୍ନିତିକରଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଠିକ ଭାବେ କାର୍ଯ୍ୟ ହେଉନଥିବାରୁ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହାର ସ୍ଥାୟୀ ପ୍ରତିକାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.