Home ଓଡ଼ିଶା ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀ ଥାନାରେ ଅଟକ

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀ ଥାନାରେ ଅଟକ

107

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) -)/୨୨/୦୪/ସାରା ରାଜ୍ୟରେ ଯୈାତୁକକୁ ନିଷେଧ କରିବା ପାଇଁ ସରକାର ଆଇନ୍ ପ୍ରଣୟନ କରିବା ସହ ଜନ ସଚେତନତା ସୃଷ୍ଟି କରିଛନ୍ତି । ହେଲେ ଯୈାତୁକ ଏକ ବ୍ୟାଧିରେ ପରିଣତ ହେଇଛି । ଯାହାଫଳରେ ନବ ବଧୂଟିଏ ଏବେ ବି ଯୈାତୁକ ଜନ୍ତ୍ରଣାରେ ଛଟପଟ ହୋଇ ଶେଷ ନିଶ୍ୱାସ ତ୍ୟାଗ କରୁଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲ୍‌ା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ରଙ୍କଦେଉଳି ଗ୍ରାମରେ । ରଙ୍କଦେଉଳି ଗ୍ରାମର ଗୋଲେଖ ସାହୁଙ୍କ ପୁଅ ଦିପକ୍ କୁମାର ସାହୁ  ସେନାବାହିନୀରେ କାର୍ଯ୍ୟ କରନ୍ତି । ସେ ଗତ ୨୦୨୦ ମସିହା ମାର୍ଚ୍ଚ ୩ ତାରିଖରେ ଇଟାମାଟି ନିକଟ ନାଗପୁର ଗ୍ରାମର ଅଶୋକ କୁମାର ସାହୁଙ୍କ ଝିଅ ସସ୍ମିତା କୁମାରୀ ସାହୁଙ୍କୁ ବିବାହ କରିଥିଲେ । ଅଶୋକ କୁମାର ସାହୁଙ୍କ କହିବା ଅନୁଯାୟୀ ବର ପକ୍ଷର ଦାବି ମୁତାବକ ଯୈାତୁକ ରୂପେ ୮୦ହଜାର ଟଙ୍କା ସହ ବିଭିନ୍ନ ଘରକରଣା ସାମଗ୍ରୀ ଦେଇଥିଲେ ।

ଏବେ କିଛି ମାସହେଲା ଅଧିକ ଯୈାତୁକ ଦାବି କରି ସସ୍ମିତାର ଶାଶୁ ବିଳାସିନି ଶ୍ୱଶୁର ଗୋଲେଖ ଏପରିକି ସ୍ୱାମୀ ଦିପକ୍ ଅଧିକ ଯୈାତୁକ ଦାବିରେ ନିର୍ଯ୍ୟାତନା ଦେଇଆସୁଥିଲେ । ଅଶୋକ କୁମାର ସାହୁଙ୍କ କହିବା ଅନୁଯାୟୀ ଗତ ତା୨୧-୦୪-୨୦୨୧ରିଖ ଦିବା ଘ୧୧.୨୫ମି.ରେ ତାଙ୍କ ଝିଅ ସସ୍ମିତା ତାଙ୍କ ଘରକୁ ଯୈାତୁକ ଦାବି ସଂର୍ପକେ ଜଣାଇବା ସମୟରେ ହଠାତ୍ କେହି ତାଙ୍କ ଠାରୁ ଫୋନ୍ ଛଡାଇ ନେଇଥିଲା । ତା ପରେ ଫୋନ୍ ସୁଇଚ୍ ଅଫ୍‌  । ଘଟଣାରେ ସଂନ୍ଦେହ ପ୍ରକଟ କରି ଅଶୋକ ରଙ୍କଦେଉଳି ଗ୍ରାମରେ ପହଂଚି ଦେଖିଲେ ଯେ ତାଙ୍କ ଝିଅ ତଳେ ଅଚେତ ଅବସ୍ଥାରେ ଶୋଇଛି । ତେଣୁ ନୟାଗଡ ଡାକ୍ତରଖାନାକୁ ନେବା ପରେ ଡାକ୍ତର ସେଠାରେ ସସ୍ମିତାଙ୍କୁ ମୃତ୍ୟୁ ଘୋଷଣା କଲେ । ଅଶୋକଙ୍କଠାରୁ ଲିଖିତ ଏତାଲା ପାଇ ରଣପୁର ଥାନା ପୋଲିସ୍ ନୟାଗଡରେ ପହଂଚି ଶବ ଜବତ କରିବା ସହ ହତ୍ୟା ଅଭିଯୋଗରେ ସ୍ୱାମୀ ଅଶୋକ କୁମାର୍ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି ଜଣାପଡିଛି । ଶବ ପୋଷ୍ଟ୍ ମଟମ୍ ରିପୋଟ୍ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ରଣପୁର ଥାନା ସବ୍‌ଇନିସ୍ ପେକ୍ଟର୍ ପ୍ରିତି ପ୍ରକାଶ ମହାନ୍ତି କହିଛନ୍ତି । ଘଟଣାଟି ରଙ୍କଦେଉଳି ଗ୍ରାମରେ ଆଲୋଡନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.