Home ଜିଲ୍ଲା ପରିକ୍ରମା ଅଧିକ ଅନୁଦାନ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କୃଷିମନ୍ତ୍ରୀ

ଅଧିକ ଅନୁଦାନ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କୃଷିମନ୍ତ୍ରୀ

70

ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼କୁ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗୁରୁବାର ନୟାଗଡ଼କୁ ୨ ଦିନିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରୁ ଆସି ଓଡ଼ଗାଁରେ ପହଂଚିଲା ପରେ ଓଡ଼ଗାଁରେ ଆଧୁନିକ ଢାଂଚାରେ ନିର୍ମାଣ କରାଯାଇଥିବା ରାମସାଗର ପାର୍କର ସୌନ୍ଦର୍ଯ୍ୟତା ଦେଖି ଖୁସି ପ୍ରକଟ କରବା ସହିତ ଏହାର ଅଧିକ ବିକାଶ ପାଇଁ ଧ୍ୟାନ ଦେବେ ବୋଲି କହିଥିଲେ। ଏହାପରେ ରଘୁନାଥ ମନ୍ଦିରର ବିକାଶ ଉପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର, ବିଡିଓ ସ୍ୱାତୀଲେଖା ଦାଶ, ଏନ୍‌ଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନୟାଗଡ଼ରେ ଚାଲିଥିବା ବୃହତ୍‌ ଆଧୁନିକ ବଲାଙ୍ଗିପାର୍କର ନିର୍ମାଣ କାର୍ଯ୍ୟର ବୁଲି ଦେଖିଥିଲେ। ପର୍ଯ୍ୟଟନ ମନ୍ତ୍ରୀଙ୍କ ଏହି କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମରେ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଉପସ୍ଥିତ ଥିଲାବେଳେ ନୟାଗଡ଼ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଳାର ପର୍ଯ୍ୟଟନ କ୍ଷେତ୍ରର ଏୈତିହ୍ୟ ବହୁ ପ୍ରାଚୀନ ଓ ପୌରାଣିକ ତଥ୍ୟ ସମ୍ବଳିତ। ପର୍ଯ୍ୟଟକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବା ପାଇଁ ଏହାର ବିକାଶ ପାଇଁ ଅଧିକ ଅନୁଦାନ ଲୋଡ଼ା ବୋଲି କୃଷିମନ୍ତ୍ରୀ ଡ.ସାହୁ ପର୍ଯ୍ୟଟକ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୟାଗଡ଼ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସେ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ପୋମା ଟୁଡୁ, ପିଡି ସୁବାଷ ଚନ୍ଦ୍ର ରାୟ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.