Home ଜିଲ୍ଲା ପରିକ୍ରମା ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦରେ ରାଜରାସ୍ତା ରୋକ୍‌

ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦରେ ରାଜରାସ୍ତା ରୋକ୍‌

42

ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ପଂଚାୟତର ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ପଡ଼ିଥିଲାବେଳେ ଗୁରୁବାର ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ନୟାଗଡ଼ର ଶିମିଳିସାହି ହାଟଦ୍ୱାର ଠାରେ ୧୭ଖଣ୍ଡ ମୌଜାର ଜନସାଧାରଣ ରାସ୍ତାରୋକ କରିଛନ୍ତି। ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ପାଇଁ ଗୁଡ଼ୁପାଙ୍ଗି ବନାମ ଗୁଡ଼ୁପାଙ୍ଗି ଚାରିପାର୍ଶ୍ୱରେ ଥିବା ୧୭ ଖଣ୍ଡ ମୌଜାର ଲୋକମାନଙ୍କ ମଧ୍ୟରେ ଏହି ବିବାଦ ଏବେ ଉଗ୍ରରୂପ ନେଇଛି। ୨୦୧୭ ମସିହାରୁ ଲାଗି ରହିଥବା ଏହି ବିବାଦର ସମାଧାନ ପାଇଁ ବହୁବାର ଥାନା, ଜିଲ୍ଳା ପ୍ରଶାସନ ଓ ଶାନ୍ତିକମିଟି ଦ୍ୱାରା ପ୍ରୟାସ କରାଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ। ଏହି ରାସ୍ତାର ଲମ୍ବ ପ୍ରାୟ ୬ କି.ମି ଓ ଏଥିମଧ୍ୟରେ ୬ଶହ ମିଟର ଜଙ୍ଗଲ ଜମି ଦେଇ ଯାଉଥିବା ବେଳେ ପ୍ରଶାସନ ପକ୍କା ରାସ୍ତା ନିର୍ମାଣ କରିବାକୁ ଯୋଜନା କରିବା ଅଭିଯୋଗ ହୋଇଛି। ଏପରିକି ଏହାକୁ ନେଇ ଗୁଡ଼ୁପାଙ୍ଗି ଗ୍ରାମର ହେମନ୍ତ କୁମାର ନାୟକ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏହି ରାସ୍ତା ନିର୍ମାଣ ବିବାଦକୁ ନେଇ ଏହି ଅଂଚଳ ଅଶାନ୍ତ ରହି ଆସୁଥିଲାବେଳେ ଏହା ଏବେ ଜାତୀୟ ସ୍ତରରେ ପହଂଚିଛି। ତେବେ ଆଜିଯାଏଁ ଏହି ବିବାଦର କୌଣସି ସ୍ଥାୟୀ ସମାଧାନ ନହେବାରୁ ୧୭ ଖଣ୍ଡର ମୌଜାବାସୀ ରାଜରାସ୍ତା ଉପରକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ଘଟଣାସ୍ଥଳରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଡିଏଫଓ ଏଚ୍ ଡି ଧନରାଜ୍‌, ଏସ୍‌ଡିପିଓ ଶୁଭେନ୍ଦୁ ସିହ୍ନା, ନୟାଗଡ଼ ତହସିଲଦାର ଭିକାରୀ ସାହୁ ପ୍ରମୁଖ ଉପସ୍ଥିତ ହୋଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରୁନାହିଁ।। ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.