Home ଓଡ଼ିଶା ଯୁବ କଂଗ୍ରେସର ୧୧ ଟି ସାଂଗଠନିକ ଜିଲ୍ଲା ସଭାପତି, ଆଇନ୍ ବିଭାଗ ଓ ମିଡିଆ କମିଟି...

ଯୁବ କଂଗ୍ରେସର ୧୧ ଟି ସାଂଗଠନିକ ଜିଲ୍ଲା ସଭାପତି, ଆଇନ୍ ବିଭାଗ ଓ ମିଡିଆ କମିଟି ଘୋଷଣା

75

ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) – ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା ରାଜ୍ୟର ୧୧ଟି ସାଂଗଠନିକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଘୋଷଣା କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଂଶୁମାନ ଦାସ, ବୌଦ୍ଧ – ମହେଶ୍ୱର ପ୍ରଧାନ, କେନ୍ଦୁଝର – ସୁନେଶ କୁମାର ଧିର୍‌, ଭୁବନେଶ୍ୱର – ରଂଜିତ୍ ପାତ୍ର, ଖୋର୍ଦ୍ଧା – ସ୍ୱାଗତ କର, କନ୍ଧମାଳ – ବସନ୍ତ କୁମାର ପାଢ଼ୀ, ଦେବଗଡ – ଅମିତ୍ କୁମାର ରଂଜିତ୍‌, ପୁରୀ – ପ୍ରେମ୍‌ଜିତ୍ ମହାନ୍ତି, ବାଲେଶ୍ୱର – ରଂଜନ କୁମାର ଦାସ ଓ ରାୟଗଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ପ୍ରଦୀପ କୁମାର ସାହୁ ରହିଥିବା ବେଳେ ବରଗଡ ଜିଲ୍ଲା ଯୁବ କଂଗ୍ରେସର ଦୁଇଜଣ କାର୍ଯ୍ୟକାରୀ ସଭାପତି ଭାବେ ଇଂ. ସୁଶାନ୍ତ ସାହୁ ଓ ଅଭିଷେକ ସେଠ୍‌ଙ୍କୁ ନିଯୁକ୍ତି ଦିଆଯିବା ନେଇ ଯୁବ କଂଗ୍ରେସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଡ. ଲେଙ୍କା ଜଣାଇଛନ୍ତି।

ସେହିପରି ଭାବେ ରାଜ୍ୟ ଯୁବ କଂଗ୍ରେସର ଆଇନ୍ ବିଭାଗର ମୁଖ୍ୟ ଭାବେ ଆଡ୍‌ଭୋକେଟ୍ ଆଦିତ୍ୟ ପ୍ରସାଦ ପରିଡାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଯୁବ କଂଗ୍ରେସର ମିଡିଆ କମିଟି ମଧ୍ୟ ଘୋଷଣା କରାଯାଇଛି। ଏହି କମିଟିରେ ମାନସ ରଂଜନ କର, ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ଅମ୍ରିତା ଦାସ, ବିରେନ୍ଦ୍ର ବାଗ, ଶ୍ରୀଜିତ୍ ମହାପାତ୍ର ଓ ସୁମିତ୍ରା ଜେନାଙ୍କୁ ମୁଖପାତ୍ର ଏବଂ ମିଡିଆସେଲ୍‌ର ସଂଯୋଜକ ଭାବେ ନଳିନୀକାନ୍ତ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.