Home ଜିଲ୍ଲା ପରିକ୍ରମା ଅଟୋ ଚାଳକମାନଙ୍କ ବିକ୍ଷୋଭ

ଅଟୋ ଚାଳକମାନଙ୍କ ବିକ୍ଷୋଭ

35

ପୁରୀ, ୨୧/୨୦(ଓଡ଼ିଆ ପୁଅ/ବିଜୟ ନାୟକ) : କରୋନା ମହାମାରୀ ପାଇଁ ପୁରୀର ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାବେଳେ ସହର ତଥା ଜିଲ୍ଲାର ଅଟୋ ଚାଳକମାନେ ଆର୍ଥିକ ଅଭାବ ଅନଟନ ଦେଇ ଗତି କରୁଛନ୍ତି। ସରକାରୀ ଓ ଘରୋଇ ବ୍ୟାଙ୍କରୁ ଋଣ ଆଣି ଅଟୋ କିଣି କିସ୍ତି ପରିଶୋଧ କରୁଛନ୍ତି। ପର୍ଯ୍ୟଟକ ପୁରୀ ଆସୁନଥିବାରୁ ପରିବାର ପ୍ରତିପୋଷଣ ଓ ଋଣ କରିଥିବା ଅଟୋଗୁଡ଼ିକର କିସ୍ତି ପରିଶୋଧ ସମ୍ଭବ ହୋଇପାରୁନାହିଁ। ଏଣୁ ଗରିବ ଅଟୋ ଚାଳକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପୁରୀଧାମ ଅଟୋଚାଳକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.