ଭଦ୍ରକ,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ଅଟୋରେ ପ୍ରସବ କଲେ ମହିଳା । ଘଟଣା ଘଟିଛି ଭଦ୍ରକ ସହରରେ । ଭଦ୍ରକ ସହରର ପୁରୁଣା ବଜାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଜଣେ ପ୍ରସୂତୀ ଅଟୋ ଭିତରେ ପ୍ରସବ କରିଛନ୍ତି ।ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚିସାରିଥିଲେ , ହେଲେ ଅଟୋରୁ ଓହ୍ଲାଇ ପାରିନଥିଲେ , ଆଉ ଏହି ସମୟରେ ନବଜାତ ଶିଶୁ ମାତୃ ଗର୍ଭରୁ ବାହାରି ଆସି ସେହି ଅଟୋରେ ପଡିଗଲା ।

