Home ଓଡ଼ିଶା ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଥିଲା ଅତୁଟ – ଧର୍ମେନ୍ଦ୍ର ପ୍ରଧାନ

ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଥିଲା ଅତୁଟ – ଧର୍ମେନ୍ଦ୍ର ପ୍ରଧାନ

476

ବାଜପେୟୀଙ୍କ ଓଡିଶା ଗସ୍ତର ପୁରୁଣା ଫଟୋ ଟ୍ରିଟ୍ କରି ସ୍ମୃତି ଉଜ୍ଜିବୀତ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର, ଡିସେମ୍ବର ୨୫ (ଓଡ଼ିଆ ପୁଅ) – ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥୁଲା। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାର ଓଡ଼ିଶା ଗସ୍ତର ପୁରୁଣା ଫଟୋ ଟ୍ୱିଟ୍ କରି ଇତିହାସର ସ୍ମୃତିକୁ ଭଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜିବୀତ କରୁଛି। ଫଟୋଟି ୧୯୯୧-୯୨ ମସିହାର। ଅଟଳଜୀ ଓଡ଼ିଶା ଆସିଥୁଲେ। ପାର୍ଟି ଅଫିସରୁ ଓଡ଼ିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ। ବିଧାନସଭାର ବାଚସ୍ପତିଙ୍କ ଗ୍ୟାଲେରୀରେ କିଛି ସମୟ ବସିବା ପରେ ସେ ସମୟର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଅଟଳଜୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କଲେ। ବିଜୁ ବାବୁ ଅଟଳଜୀଙ୍କୁ ପାଛୋଟି ନେଲେ। ଅନ୍ତରଙ୍ଗ ଆଳାପ କଲେ। ଏହି ଫଟୋଟିରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ବିଜେପିର ସେ ସମୟର ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢାଲି ଓ ସେ ସମୟର ବିଜେପିର ରାଜ୍ୟ ସଭାପତି ଡା. ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି।

ବାଜପେୟୀଜୀ ବିରୋଧୀ ଦଳର ନେତା ଭାବେ ଓଡ଼ିଶାର କେବିକେ ଅଂଚଳର ଗରୀବୀ ସହ ରାଜ୍ୟର ବିଭିନ୍ନ ଅଂଚଳକୁ ବୁଲିବା ସହ ଲୋକ ମାନଙ୍କ ସହ ମିଶୁଥିଲେ। ୧୯୯୯ ମସିହାର ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ପୁନନିର୍ମାଣ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା। ଦେହାବସାନ ପରେ ସେ ଆଜି ଅମର। ତାଙ୍କର ଆଜିର ପବିତ୍ର ଜନ୍ମଦିନରେ କୋଟି କୋଟି ପ୍ରଣାମ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.