Home କେନ୍ଦୁଝର ଇଞ୍ଚୋଳରେ କମ ପରିମାଣର ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା

ଇଞ୍ଚୋଳରେ କମ ପରିମାଣର ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା

120

ହାଟଡ଼ିହି-୬/୪, କରୋନା ଲକଡାଉନ ପାଇଁ କେନ୍ଦ୍ର ସରକାର ପ୍ରତି ପରିବାରକୁ ଜଣପିଛା ୫କିଲୋ ଚାଉଳ ଓ ଡାଲି ଯୋଗାଇ ଦେଇଛନ୍ତି । କିନ୍ତୁ ବଣ୍ଟନ କରୁଥିବା ପଞ୍ଚାୟତ ଓ ଏସଏସଜି ଗ୍ରୁପ କିଛି ଲୋକଙ୍କୁ ଚାଉଳର ପରିମାଣ କମାଇ ଦେଉଥିବାରୁ ଅସନ୍ତୋଷ ଦେଖା ଦେଇଛି । ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ଆଜି ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପଞ୍ଚାୟତର ଜଣେ ବ୍ୟକ୍ତି ଗତ ମାସରେ କରୋନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ଚାଉଳ ୫ଜଣଙ୍କ ପାଇଁ ୭୫କିଲୋ ପାଇଥିବାବେଳେ ଆଜି ତାଙ୍କୁ ୬୦କିଲୋ ଦିଆଯାଇଥିଲା । ଏହାର ସେ କାରଣ ପଚାରିବାରୁ ଚାଉଳ ବେଣ୍ଟନ କରୁଥିବା ବ୍ୟକ୍ତି ମାନେ ତାକୁ ଗାଳି ଗୁଲଜ କରିବା ସହିତ ପେଲି ପେଲି ବାହାରକୁ ବାହାର କରିଦେଇଥିଲେ । ଏହାକୁ ନେଇ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇବାରୁ ବଣ୍ଟନ କରୁଥିବା ବ୍ୟକ୍ତିମାନେ ବଣ୍ଟନକୁ ସ୍ଥଗିତ ରଖିଦେଇ କାର୍ଯ୍ୟାଳୟରେ ତାଲା ପକାଇ ପଳାଇଥିଲେ । ଏହି ସମୟରେ କେହି ତାହାର ଏକ ଭିଡିଓ ରେକର୍ଡିଂ କରି ଭାଇରାଲ କରିଦେଇଥିଲା । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ ଘଟଣା ସମ୍ପର୍କରେ ବୁଝିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.