Home ଜିଲ୍ଲା ପରିକ୍ରମା ଅଜୟର ଆରୋଗ୍ୟ ନେଇ ଚିନ୍ତାରେ ବାପାମାଆ

ଅଜୟର ଆରୋଗ୍ୟ ନେଇ ଚିନ୍ତାରେ ବାପାମାଆ

233

ଖଇରା, ବାଲେଶ୍ବର, ୬/୧୧ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)–ପୁଅକୁ ନେଇ କେତେ ଆଶା ଓ ଭରସା କରିଥିଲେ ବାପା ମାଆ। ବଡ଼ ହେଲେ ରୋଜଗାର କରିବ ଏବଂ ଶେଷ ସମୟରେ ସହାୟ ହେବ ଏହିପରି କେତେ କ’ଣ ମନେ ମନେ ଭାବିଥାନ୍ତି ବାପାମାଆ। ହେଲେ ସେମାନଙ୍କର ସବୁ ଆଶା ଓ ଭରସା ଆଜି ଧୂଳି ସାତ ହୋଇଯାଇଛି ପୁଅ ଚିନ୍ତାରେ। ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ପୁରସ୍ତମପୁର ଓରଫ ଖଇରା ଗ୍ରାମର ବଳରାମ ସାହୁଙ୍କ ପରିବାର ଠାରେ। ପରିବାର କହିଲେ ୨ପୁଅ ଓ ସ୍ବାମୀ ସ୍ତ୍ରୀ। ଏହି ଅଭାବି ପରିବାରରେ ଅଜୟ କୁମାର ସାହୁଙ୍କ ଜନ୍ମ। ଶ୍ରୀ ସାହୁ ଆଜି ୧୭ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ଶଯ୍ୟାସାୟୀ। ଚାଲିବାକୁ ଦେହରେ ବଳ ନାହିଁ। ସେ ବର୍ତ୍ତମାନ ଜୀବନ ମରଣ ସମସ୍ୟାରେ ଜର୍ଜରିତ। ସେ ବର୍ତ୍ତମାନ ଲିଭର ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାସାୟୀ। ପ୍ରଥମେ ଅଜୟକୁ ଦଣ୍ଡିସ୍ ହୋଇଥିଲା। ବାପାମାଆ ଅଜୟକୁ ବାଲେଶ୍ବର ମେଡିକାଲକୁ ନେଇଥିଲେ ଚିକିତ୍ସା ପାଇଁ। ସେଠାରୁ ପୁଣି କଟକ ଯାଇ କୌଣସି ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ପୁଅକୁ ନେଇଥିଲେ। ସମସ୍ତ ଚିକିତ୍ସା ପରେ ଡାକ୍ତର ଲିଭର ଓ କିଡନୀ ସମସ୍ୟା ଥିବାର ପ୍ରକାଶ କରିଥିଲେ। ସେଠାରେ କିଛି ଦିନ ଚିକିତ୍ସା ପରେ ପୁଣି ଭୁବନେଶ୍ୱର ସମ୍ ହସ୍ପିଟାଲ ଯାଇଥିଲେ ଅଧିକ ଚିକିତ୍ସା ପାଇଁ। ପୁଣି ସେଠାରୁ ପ୍ରଶାନ୍ତି ଯାଇଥିଲେ ଚିକିତ୍ସା ପାଇଁ। ସେଠାରେ କିଛି ଦିନ ଚିକିତ୍ସା ପରେ ଡାକ୍ତର ଭୁବନେଶ୍ୱରକୁ ଫେରାଇ ଦେଇଥିଲେ। ସବୁଠାରୁ ନିରାଶ ହେବାପରେ ଅଜୟ ବର୍ତ୍ତମାନ ଘରେ ଶଯ୍ୟାସାୟୀ। ଏତେ ପରେବି ଅଜୟ ମନରେ ଆଶା ବାନ୍ଧି ଯୁକ୍ତ ଦୁଇ ପର୍ଯ୍ଯନ୍ତ ପାଠ ପଢିଲେ। ହେଲେ ୨୦୧୮ ମସିହାଠାରୁ ଏହି ରୋଗ ପାଇଁ ସମ୍ପୂର୍ଣ୍ଣ ପଢା ବନ୍ଧ ହୋଇଯାଇଛି। ବାପାମାଆଙ୍କ ଆଖିରେ ଥିବା ଆଖିଏ ସ୍ବପ୍ନ ମଳିନ ପଡିଯାଇଛି କେବଳ ପୁଅ ଭଲହେବା ଚିନ୍ତାରେ। ପୁଅକୁ ଭଲ କରିବା ପାଇଁ ବିଭିନ୍ନ ସ୍ଥାନକୁ ଦୌଡିଦୌଡି ନିରାଶ ହେବା ସହିତ ଦୁଃଖରେ ଭାଙ୍ଗି ପଡିଛନ୍ତି। ଅର୍ଥ ସାଙ୍ଗକୁ ପୁଅର ଭଲହେବା ଚିନ୍ତା। ଏପରି ସ୍ଥଳରେ ବାପାମାଆ କ’ଣ କରିବେ କ’ଣ କରିବେ ଚିନ୍ତାରେ ମ୍ରିୟମାଣ ହୋଇପଡିଛନ୍ତି। ଦଣ୍ଡିସ୍ ରୋଗରୁ ଲିଭର ଓ କିଡନୀ ରୋଗୀ ଅଜୟ। ଅର୍ଥ ଅଭାବରୁ ବାପାମାଆ ପୁଅକୁ ଅଧିକ ଚିକିତ୍ସା ପାଇଁ କେଉଁଠିକୁ ନେଇ ପାରୁନଥିବାରୁ ଅଜୟ ଏବେ ଶଯ୍ୟାସାୟୀ ହୋଇ ଘରେ ପଡିରହିଛି। ଏପରି ସ୍ଥଳରେ ବାପାମାଆ ପୁଅକୁ ଭଲ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସହୃଦୟ ବ୍ୟକ୍ତି ଏବଂ ସରକାରୀ ସହାୟତା ଲୋଡିଥିବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.