Home କନ୍ଧମାଳ ବନବାସୀ ପରିସରରେ ରକ୍ତଦାନ ଶିବିର : ୪୨ ୟୁନିଟ ସଂଗୃହିତ

ବନବାସୀ ପରିସରରେ ରକ୍ତଦାନ ଶିବିର : ୪୨ ୟୁନିଟ ସଂଗୃହିତ

75

ବାଲିଗୁଡା, ୭/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ବିଶିଷ୍ଠ ଗାନ୍ଧୀବାଦୀ, ସର୍ବୋଦୟ ନେତା ବନବାସୀ ସେବା ସମିତିର ପ୍ରତିଷ୍ଠାତା ତଥା ସଂଗ୍ରାମୀ ସ୍ବର୍ଗତ ବିଶ୍ଵନାଥ ପଟ୍ଟନାୟକ ଙ୍କ ୧୦୪ ତମ ଜନ୍ମ ଉତ୍ସବ ଚଳିତ ମାସ ୧୧ତାରିଖ ଦିନ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ସମିତି ପରିସର ମଧ୍ୟରେ ପାଳନ କରାଯିବ, ଏହି ଅବସରରେ ବୁଧବାର ଦିନ ଏକ ରକ୍ତଦାନ ଶିବିର ବନବାସୀ ସେବା ସମିତି ପରିସରରେ ଆୟୋଜନ ହୋଇଥିଲା, ଏଥିରେ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏଥିରେ ସ୍ଥାନୀୟ ମେଡିକାଲର ବ୍ଳଡ଼ ଅଧିକାରୀ ଡ଼ଃ. ବିଜୟ କୁମାର ସୁର, ଚିତ୍ତ ରଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତରେ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଥିବାରୁ ସ୍ଥାନୀୟ ବ୍ଳଡବ୍ୟାଙ୍କ ତରଫରୁ ସମିତିର କର୍ମକର୍ତ୍ତାଙ୍କୁ ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ ବନବାସୀର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ ଜେନା, ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.