Home ଜିଲ୍ଲା ପରିକ୍ରମା ଅପାରଗ ଜିଲ୍ଲାରେ ବିଦ୍ୟୁତ୍ ଲକ୍ଷେ ଟଙ୍କା ; ବୁଲ୍ ବୁଲ୍‌’ ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ...

ଅପାରଗ ଜିଲ୍ଲାରେ ବିଦ୍ୟୁତ୍ ଲକ୍ଷେ ଟଙ୍କା ; ବୁଲ୍ ବୁଲ୍‌’ ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ  ଜରୁରିକାଳୀନ ବୈଠକ

461

ଯାଜପୁର୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାର ନେସ୍କୋ ବିଦ୍ୟୁତ୍ ବିଭାଗ ସାମ୍ଭବ୍ୟ ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’ ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ କୁ ନେଇ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କ ମଧ୍ୟରେ ଅପାରଗଙ୍କ ଜିଲ୍ଲାରେ ବିଦ୍ୟୁତ୍ ଲକ୍ଷେ ଟଙ୍କା ଭଳି ନ୍ୟାୟରେ କାର‌୍ୟ୍ୟ ଚାଲିଥିବା ବିଦ୍ୟୁତ୍ ବିଭାଗର ଏପରି କାର‌୍ୟ୍ୟକୁ ବିଶ୍ୱାସକୁ ନେଇପାରୁନାହାଁନ୍ତି ଉପଭୋକ୍ତା । ସାଧାରଣ ଦିନ ମାନଙ୍କରେ ଦିନରେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିବା ଉପଭୋକ୍ତା ମାନେ ଏହାକୁ ଆଜି ମୂଖ୍ୟ ପ୍ରସଙ୍ଗ କରିଥିବା ଦେଖିବାକୁ ମିଳିଛି । ଆକାଶରେ ମେଘାଛନ୍ନ ବା ମନମୁତାବକ ପାଣିକୋଇଲି ବିଦ୍ୟୁତ୍ ସେକ୍ ସନରେ ପାୟ ୨୫ ହଜାରରୁ ଉର୍ଦ୍ଧ ଉପଭୋକ୍ତାଙ୍କୁ ମାସରେ ୧୫ ଦିନ ଅନ୍ଧାରରେ ରହୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଇ ଆସିଥଇଲେହେଁ ଏହାର ସ୍ଥାଇ ପ୍ରତିକାର ହୋଇପାରୁ ନଥିବା ବେଳେ ନେସ୍କୋ ବିଦ୍ୟୁତ୍ ବିଭାଗ ସାମ୍ଭବ୍ୟ ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’କୁ କିପରି ମୁକାବିଲା କରିବ ସେନେଇ ଉପଭୋକ୍ତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁଚନାଯୋଗ୍ୟ- ‘ବୁଲ୍‌ବୁଲ୍‌’କୁ ନେଇ ଯାଜପୁର ଜିଲା ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବାତ୍ୟା ମୁକାବିଲା ଲାଗି ବିସ୍ତୃତ ଆଲୋଚନା କରିଛନ୍ତି। ଜରୁରିକାଳୀନ ପରିସ୍ଥିତିରେ ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଶୁକ୍ରବାରରୁ କାର‌୍ୟ୍ୟ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। କୁଆଖିଆ ବିଦ୍ୟୁତ୍ ଖଣ୍ଡ ନିୟନ୍ତ୍ରଣ କକ୍ଷ ନଂ. ୯୪୩୮୯୦୬୧୦୭ ଯାଜପୁରରୋଡ଼ ନିୟନ୍ତ୍ରଣ କକ୍ଷ ନଂ.୯୪୩୮୯୦୬୧୦୫ ଯାଜପୁର ଟାଉନ ନିୟନ୍ତ୍ରଣ କକ୍ଷ ନଂ. ୯୪୩୮୯୦୬୧୦୬ ଯାଜପୁର ବିଦ୍ୟୁତ୍ ମଣ୍ଡଳ ନିୟନ୍ତ୍ରଣ କକ୍ଷ ନଂ.୯୪୩୮୯୦୬୦୯୩ରେ ଯୋଗାଯୋଗ କରିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.