Home ଜିଲ୍ଲା ପରିକ୍ରମା ଅଜଣା ଗାଡି ଧକ୍କାରେ ଦୁଇ ମହିଳା ଗୁରୁତର

ଅଜଣା ଗାଡି ଧକ୍କାରେ ଦୁଇ ମହିଳା ଗୁରୁତର

139

ବଲାଙ୍ଗୀର ୨-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସହରର ଗୋଲେଇଛକ ଠାରେ ସଡ଼କ ଦୁର୍ଘଟଣା ଘଟି ଦୁଇ ମହିଳା ଗୁରୁତର ହୋଇପଡିଛନ୍ତି। ପ୍ରକାଶ ଯେ, ଟିଟିଲାଗଡ଼ ଥାନା ଅନ୍ତର୍ଗତ କନ୍ଧରଲା ଗ୍ରାମର ଦୁଇଜଣ ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଏକ ବାଇକ ଯୋଗେ କଣ୍ଟାବାଞ୍ଜିରୁ ଫେରୁଥିବା ବେଳେ ବଙ୍ଗୋମୁଣ୍ଡା ଗୋଲେଇଛକ ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ବୋଲେରୋ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗାଡି ଚଳାଉ ଥିବା ଯୁବକ ଆହତ ହୋଇ ପଡ଼ିଥିବା ବେଳେ ବସିଥିବା ଦୁଇ ଜଣ ମହିଳା ଯଥା, ସୂର୍ଯ୍ୟ ଜାଲ (୩୮) ଓ ଅରୁଣା ଜାଲ(୪୦) ନାମ୍ନୀ ଦୁଇ ଜଣ ଛିଟିକି ପଡି ଅଧିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଓ ଅତ୍ୟଧିକ ଗୁରୁତର ଆହତ ହୋଇଥିବା ଯୋଗୁଁ ତାଙ୍କୁ ସେଠୁ ଟିଟିଲାଗଡ଼ ଡାକ୍ତର ଖାନାକୁ ପଠେଇ ଦିଆଯାଇଥିଲା। ହେଲେ ଅବସ୍ଥା ଗୁରୁତର ଦେଖି ତୁରନ୍ତ ଡ଼ଃ ପ୍ରଦୀପ ନାୟକ ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଏ ନେଇ ବଙ୍ଗୋମୁଣ୍ଡା ପୋଲିସ ଏକ ମାମଲା ରୁଜ୍ଜୁ କରି ବାଇକକୁ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.