Home ଓଡ଼ିଶା ଫେସ୍‌ବୁକ୍ ରେ ଅଶ୍ଲୀଳ ଫଟୋ ଭାଇରାଲ କୁ ନେଇ ଥାନାରେ ଅଭିଯୋଗ

ଫେସ୍‌ବୁକ୍ ରେ ଅଶ୍ଲୀଳ ଫଟୋ ଭାଇରାଲ କୁ ନେଇ ଥାନାରେ ଅଭିଯୋଗ

184

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୯-ସାରା ରାଜ୍ୟରେ ସୋସିଆଲ ମିଡିଆ ର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ସେହି ଅନୁସାରେ ଫେସ୍‌ବୁକ୍ ର ଅପବ୍ୟବହାର ମଧ୍ୟ ବଢିବାରେ ଲାଗିଛି । ଏହି ଫେସ୍‌ବୁକ୍ ମାଧ୍ୟମରେ ଅନେକଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିବାର ଅଭିଯୋଗ ହେଉଅଛି । ସେହିଭଳି ଏକ ଅଭିଯୋଗ ହୋଇଛି ନୟାଗଡ ଜିଲ୍ଲା ରଣପୁର ଥାନାରେ । ଜଣେ ଯୁବତୀଙ୍କ ନାମରେ କେହି ଯୁବକ ଫେକ୍ ଫେସବୁକ୍ ଆଇ ଡି ଖୋଲି ଯୁବତୀ, ତାଙ୍କ ଭଉଣୀ ଓ ତାଙ୍କ ମା ଙ୍କୁ ଯୁବତୀଙ୍କ ଅଶ୍ଲୀଳ ଫଟୋ ପଠାଉଥିବା ଜଣା ପଡିଛି ।

ଯାହାକୁ ନେଇ ଯୁବତୀ, ତାଙ୍କ ଭଉଣୀ ଏବଂ ତାଙ୍କ ମା ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ଯୁବତୀଙ୍କ ପରିବାର ପ୍ରତି ବିପଦ ଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ଏ ନେଇ ଯୁବତୀ ଜଣକ ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଘର ଗୋପାଳପୁର ଅଂଚଳରେ । ରଣପୁର ଥାନା ପୋଲିସ୍ ଏତଲାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.