Home ଜିଲ୍ଲା ପରିକ୍ରମା ଶ୍ରମିକ ନେତାଙ୍କ ପତ୍ନୀ ବିୟୋଗ

ଶ୍ରମିକ ନେତାଙ୍କ ପତ୍ନୀ ବିୟୋଗ

133

ତାଳଚେର,୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍‌.ସି.ଏଲ୍ ବଳରାମ କୋଇଲାଖଣିର ଏଚ୍‌ଏମ୍‌ଏସ୍ ଶ୍ରମିକ ସଙ୍ଗଠନର ସମ୍ପାଦକ ପ୍ରକାଶ କୁଣ୍ଡୁଙ୍କର ଧର୍ମପତ୍ନୀ ଚାନ୍ଦରାଣୀ କୁଣ୍ଡୁ(୫୦ବର୍ଷ)ଙ୍କର ଆଜି ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଫୁସଫୁସଜନିତ ରୋଗରେ ପୀଡିତ ଥିଲେ । ଜଣେ ସରଳ,ଧାର୍ମିକା ତଥା ପରୋପକାରୀ ମହିଳା ଭାବରେ ସେ ଆଖପାଖ ଅଂଚଳରେ ବେଶ୍ ପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ଢେଙ୍କାନାଳ ସାଂସଦ ମହେଶ ସାହୁ,ହିଙ୍ଗୁଳା ମହାପ୍ରବନ୍ଧକ ପି.ବି.ରେଡ୍ଡୀଙ୍କ ସମେତ ଖଣି ଅଧିକାରୀ, ଶ୍ରମିକ ନେତା ଶ୍ରୀ କୁଣ୍ଡୁଙ୍କ ତାଳଚେରସ୍ଥିତ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଥିଲେ । ନିକଟସ୍ଥ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.