Home ଜିଲ୍ଲା ପରିକ୍ରମା ଅଚିହ୍ନାରୋଗର ଆତଙ୍କ ଦୁଇସପ୍ତାହ ମଧ୍ୟରେ ୬ ଶିଶୁମୃତ,୭ ଆକ୍ରାନ୍ତ

ଅଚିହ୍ନାରୋଗର ଆତଙ୍କ ଦୁଇସପ୍ତାହ ମଧ୍ୟରେ ୬ ଶିଶୁମୃତ,୭ ଆକ୍ରାନ୍ତ

133

ମାଲକାନଗିରି , ୧୦ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ ଏମଭି୭୯ ଥାନା ଅନ୍ତର୍ଗତ ଟିଗଲପଚାଂୟତ ନିକଟବର୍ତି ତାମନପାଲି ଆଦିବାସୀ ଗ୍ରାମରେ ଅଜଣାରୋଗରେ ଆକ୍ରାନ୍ତ ହୋଇ ଦୁଇସପ୍ତାହ ମଧ୍ୟରେ ୬ଜଣ ଶିଶୁଙ୍କର ମୃତ୍ୟୁହେବା ସହିତ ୭ଜଣ ଆକ୍ରାନ୍ତ ଥିବାର ଜଣାପଡିଛି । ଗତ କିଛି ଦିନହେଲା ଏହି ଗ୍ରାମରେ ଶିଶୁମାନଙ୍କୁ  ଜ୍ୱର,ଝାଡା ଲାଗିରହି ସେମାନେ ଅସୁସ୍ଥ ହୋଇପଡିଥିଲେ , ଗତ୧୪ଦିନ ମଧ୍ୟରେ ଲାଗ ଲାଗ ୬ଜଣ ଶିଶୁଙ୍କର ମୃତ୍ୟୁ ଘଟିବା ଦେଖି ଗ୍ରାମବାସୀ ମାନେ ଭୟ ଓ ଅତଙ୍କିତ ହୋଇପଡିଛନ୍ତି । ଗତ୨୦୧୬ମସିହାରେ ଏହିପରି ଭୟାବହ ଜେଇ ରୋଗ ଗ୍ରାସ କରି ଜିଲ୍ଲାରେ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ପୁଣି ଥରେ ସେହି ଜେଇ ରୋଗ ଲେଉଟିଲାକି ଭାବି ଗ୍ରାମବାସୀ ମାନେ ନିଜ ନିଜ ଘରେ ଗୁଣିଆ ଦିଶାରୀ ଡାକି ଝଡାଫୁଙ୍କା ଆରମ୍ଭ କରିଦେଇଛନ୍ତି । ଆକ୍ରାନ୍ତ ୭ଜଣ ଶିଶୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଜି ନିଜ ଘରକୁ ଫେରି ଯାଇଥିବାର ଜଣାପଡିଛି । ଏ ସଂପର୍କରେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ତାମନପାଲି ଗାଁରେ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କୁ ନିଯୁକ୍ତି କରି ଚିକିତ୍ସା ଆରମ୍ଭ କରିଦେଇଛନ୍ତି । ଆଜି ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡା ଅଜୟକୁମାର ବୈଠାରୁ ସ୍ୱତନ୍ତ୍ର ଡାକ୍ତରରି ଦଳ ନେଇ ସେହି ଗ୍ରାମରେ ପହଁଚି ଆକ୍ରାନ୍ତ ମାନଙ୍କ ରକ୍ତନମୁନା ସଂଗ୍ରହ କରି ଭୁବନେଶ୍ୱର କୁ ପରୀକ୍ଷା ପାଇଁ ପଠାଇଛନ୍ତି । ଏ ସଂପର୍କରେ ସିଡିଏମଓ ଡା ବୈଠାରୁ ଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଏହା କୌଣସି ଅଜଣା ରୋଗ ନୁହଁ,ଏଥିରେ କେହି ଭୟଭିତ ହେବାର ନାହିଁ, ଏହା କେବଳ ଥଣ୍ଡାଜ୍ୱର ଓ କେତେଜଣ ଶିଶୁଙ୍କୁ ନିମୋନିଆ ଜ୍ୱର ହୋଇଛି, ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି । ମୃତ ଶିଶୁମାନଙ୍କୁ ସେମାନଙ୍କ ପରିବାର ଡାକ୍ତରଖାନା କୁ ନ  ଆଣି ଗୁଣିଆ ଦିଶାରୀ ଦେଖାଇ ବିଳମ୍ବ କରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି । ତଥାପି ସେହି ଗ୍ରାମର ଆକ୍ରାନ୍ତ ଶିଶୁ ମାନଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି । ସେହି ଗ୍ରାମରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗତ ୭ତାରିଖ ଠାରୁ କ୍ୟାମ୍ପ କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି , ଏବେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.