Home ଓଡ଼ିଶା ବାତ୍ୟା ‘ବୁଲ୍ ବୁଲ୍’ ଯୋଗୁଁ ୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ସୁଚନା...

ବାତ୍ୟା ‘ବୁଲ୍ ବୁଲ୍’ ଯୋଗୁଁ ୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ସୁଚନା ଦେଲେ ଏସଆରସି

293

ଭୁବନେଶ୍ୱର୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ଦୁଇ ଦିନ ତଳେ ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍’ ଯୋଗୁଁ ଉପକୁଳ ବତ୍ତି ଜିଲ୍ଲାରେ ୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି ହୋଇଥିବା ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୁଚନା ଦେଇଛନ୍ତି । ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି। ବର୍ଷା ଓ ପବନ ଯୋଗୁଁ ୫ ହଜାର ୫୦୦ ହେକ୍ଟର ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି। ବୁଲ୍ ବୁଲ୍ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି କିନ୍ତୁ ଘଟଣାର ତଦନ୍ତ ଚାଲିଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଂଜ ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ଉପକୂଳ ଓଡ଼ିଶାରେ ବର୍ଷା ତୁଳନାରେ ପବନ ଅଧିକ ହୋଇଥିବାରୁ ଫସଲ ନଷ୍ଟ ହୋଇଛି। ଏସ୍ଆରସି କହିଛନ୍ତି ଯେ, ବାତ୍ୟା ପୂର୍ବରୁ ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ କରାଯାଇଥିଲା, ଯାହାକି ସୋମବାର ସୁଦ୍ଧା ସ୍ୱାଭାବିକ ହେବ। ବର୍ତ୍ତମାନ ବିଦ୍ୟୁତ ନ ଥିବା ସ୍ଥାନରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ବାତ୍ୟା ଆଶ୍ରୟସ୍ଥଳରୁ ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.