Home ଓଡ଼ିଶା ଅଘୋଷିତ ବିଦ୍ୟୁତ କାଟ୍ ଓ ବିଦ୍ୟୁତ ଦର ବୃଦ୍ଧି ଯୋଗୁଁ ଭାଜପା ର ବିକ୍ଷୋଭ

ଅଘୋଷିତ ବିଦ୍ୟୁତ କାଟ୍ ଓ ବିଦ୍ୟୁତ ଦର ବୃଦ୍ଧି ଯୋଗୁଁ ଭାଜପା ର ବିକ୍ଷୋଭ

53

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୭- ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜନୈତିକ ଦଳ ଗୁଡିକ ଅଙ୍କକଷା ଆରମ୍ଭ କରି ଆନ୍ଦୋଳନ ଓ ବିକ୍ଷୋଭ କୁ ଅସ୍ତ୍ର ଭାବେ ଆବୋରି ନେବାରେ ଲାଗିଛନ୍ତି । ସେଥିରୁ ବାଦ୍ ପଡିନି ରଣପୁର ଭାରତୀୟ ଜନତା ପାର୍ଟି । ବିଦ୍ୟୁତ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କଟିବା କୁ ନେଇ ରଣପୁର ର ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଙ୍କ ନେତୃତ୍ୱ ରେ ଭାରତୀୟ ଜନତା ପାର୍ଟି କର୍ମୀ ମାନେ ରଣପୁର ଟାଟା ପାୱାର କେନ୍ଦ୍ରିୟ ପରିବଣ୍ଟନ ଅଫିସ ଆଗରେ ବିକ୍ଷୋଭ କରିଥିବା ଜଣାପଡିଛି । ଓଡିଶା ଏକ ବିଦ୍ୟୁତ କ୍ଷେତ୍ର ରେ ବଳକା ରାଜ୍ୟ ହୋଇଥିବା ବେଳେ ବିଦ୍ୟୁତ ର ଦରବୃଦ୍ଧି କୁ ବିରୋଧ  ବିଦ୍ୟୁତ ସଂଯୋଗ ନଥାଇ ବିଦ୍ୟୁତ ଦେୟ ଆଦାୟ ପାଇଁ ଜୁଲମ ସହ ଲୋ ଭୋଲଟେଜ୍ ସମସ୍ୟା ନେଇ ଉପସ୍ଥିତ କର୍ମୀମାନେ ମତ ଦେଇଥିଲେ ।

ଘରୋଇ କମ୍ପାନୀ ପ୍ରିତି ରେ ବିଦ୍ୟୁତ ଦେୟ କୁ ଛାଡ କରୁଥିବା ବେଳେ ସାଧାରଣ ଜନତା ଙ୍କ ଉପରେ ଜୁଲମ କୁ ଘୋର ନିନ୍ଦା କରାଯାଇଥିଲା । ଏହି ବିକ୍ଷୋଭ ରେ ଚମ୍ପାପେଡି ସରପଞ୍ଚ ନିର୍ମଳ କୁମାର ମତଗଜସିଂ , ଅଭିଶେକ ସାମନ୍ତରାୟ , ଶ୍ୟାମ ସୁନ୍ଦର ସାହୁ , ପରେଶ ଚନ୍ଦ୍ର ମିଶ୍ର , ନିଳକଣ୍ଠ ବେହେରା ଓ ଅନୁସୁୟା ସାହୁ ପ୍ରମୁଖ ମତବ୍ୟକ୍ତ କରିଥିଲେ । ମାନ୍ୟବର ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦିଆଯାଇଥିବା ସ୍ମାରକ ପତ୍ର କୁ ରଣପୁର ବିଦ୍ୟୁତ ପରିବଣ୍ଟନ ପରିଚାଳକ ବିକାଶ କୁମାର ସେନାପତି ଗ୍ରହଣ କରିଥିବା ଜଣାପଡିଛି । ସେହିଭଳି ଭାବରେ ରାଜସୁନାଖଳା ବିଦ୍ୟୁତ ପରିବଣ୍ଟନ କାର୍ଯ୍ୟାଳୟ ଆଗରେ ଲୋଧାଚୁଆ ଗ୍ରାମପଞ୍ଚାୟତ ସରପଞ୍ଚ ଜୟନ୍ତ କୁମାର ନାୟକ ଙ୍କ ନେତୃତ୍ୱ ରେ ଭାଜପା କର୍ମୀମାନେ ଅନୂରୂପ ବିକ୍ଷୋଭ ପ୍ରଦର୍ଶନ କରି ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.