Home କୋରାପୁଟ କୋରାପୁଟ ବ୍ଲକର ୪୬ ଜଣ ନୂତନ ହିତାଧିକାରୀଙ୍କୁ ଭତାପତ୍ର ପ୍ରଦାନ

କୋରାପୁଟ ବ୍ଲକର ୪୬ ଜଣ ନୂତନ ହିତାଧିକାରୀଙ୍କୁ ଭତାପତ୍ର ପ୍ରଦାନ

45

କୋରାପୁଟ ୧୯-୦୭(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ବ୍ଲକର ୪୬ ଜଣ ନୂତନ ହିତାଧିକାରୀଙ୍କୁ ଭତାପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ବିଡିଓ ନରେନ୍ଦ୍ର ନାୟକଙ୍କ ପରିଚାଳନାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ , କଟକ ସଦର ବିଧାୟକ ତଥା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରା ଅତିଥିଭାବେ ଯୋଗଦେଇ ଭତାପତ୍ର ପ୍ରଦାନ କରିଥିଲେ ।ହିତାଧିକାରୀମାନଙ୍କୁ ଭତାରାଶି ପଂଚାୟତ ସଦର ମହକୁମାରେ ପ୍ରଦାନ କରାଯାଉଥିଲା ଓ ଅନେକ ସମସ୍ୟା ଉପୁଜିଥିଲା ତେଣୁକରି ରାଜ୍ୟ ସରକାର ଏବେ ହିତାଧିକାରୀଙ୍କ ଭତାରାଶି ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଉଥିବା ଜଣାପଡିଛି ।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି , ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି ପ୍ରମୁଖ ଯୋଗଦେଇ ଭତାପତ୍ର ପ୍ରଦାନ କରିଥିଲେ ।କୋରାପୁଟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈଦାମିନୀ ପ୍ରଧାନ ଓ ପଂଚାୟତ ନିର୍ବାହୀ ଅଧିକାରୀ ସୁରେଶ ହୋତା ଯୋଗଦେଇ  ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.