Home ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ଆଗତ ରାଜନୈତିକ ଚିଠା ପ୍ରସ୍ତାବ ..

ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ଆଗତ ରାଜନୈତିକ ଚିଠା ପ୍ରସ୍ତାବ ..

101

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଦେବଭୂମି ତପଭୂମି ଭାରତବର୍ଷରେ ଓଡ଼ିଶା ତାର କଳା ସଂସ୍କୃତି ଐତିହ୍ୟ ଓ ପରମ୍ପରାକୁ ନେଇ ଏକ ସ୍ୱତନ୍ତ୍ର ସ୍ଥାନ ରଖେ। ଓଡ଼ିଶାର ଇତିହାସ ଓ ରାଜନୈତିକ ପୃଷ୍ଠଭୂମିରେ ମହିଳା ମାନଙ୍କର ଗାଥା ସର୍ବଜନବିଦୀତ। ଇତିହାସରେ ରାଣୀ ଶୂକଦେଇଙ୍କ ବିରତ୍ୱ ଓ ରାଜନୀତିରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମାଜସେବାରେ ଶାରଳା ଦେବୀ, ରମାଦେବୀ, ମାଳତୀ ଚୌଦ୍ଧୁରୀ, ଅର୍ଣ୍ଣପୂର୍ଣ୍ଣା ଦେବୀଙ୍କ ନିଷ୍ଠାପର ସମାଜସେବା ସାହିତ୍ୟରେ କୁନ୍ତଳା କୁମାରୀ ସାବତ, ପ୍ରତିଭା ରାୟ, ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ କୃତି ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ। ଆଜିର ରାଜନୈତିକ ପୃଷ୍ଠଭୂମିରେ ମହିଳା ମାନେ ‘ମହିଳା ଭୋଟ’ର ରାଜନୀତିରେ କ୍ଷତବିକ୍ଷତ ବୋଲି ଉପସ୍ଥାପନା କରିବା ସହ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ୧୨ଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି।

୧. ଓଡ଼ିଶାରେ ମହିଳାଙ୍କ ସ୍ଥିତି, ପରିସ୍ଥିତି ଓ ଉପସ୍ଥିତିକୁ ନେଇ ଆମେ ଚିନ୍ତିତ। ଓଡ଼ିଶାରେ ୨୦୨୧ ଜନଗଣନା ଅନୁଯାୟୀ ୨ କୋଟି ୩୩ଲକ୍ଷ ମହିଳା ଅଛନ୍ତି। ଓଡ଼ିଶାରେ ପୁରୁଷ ସ୍ୱାକ୍ଷରତା ହାର ୮୧ ପ୍ରତିଶତ ଥିବାବେଳେ ମହିଳା ସ୍ୱାକ୍ଷରତା ହାର ମାତ୍ର ୬୪ ପ୍ରତିଶତ। ଆଜି ବି ଶହେ ମହିଳାଙ୍କ ମଧ୍ୟରୁ ୩୬ ଜଣ ସ୍ୱାକ୍ଷର ନୁହଁନ୍ତି। ‘ମା ହେଲେ ପାଠୋଇ ଦେଶ ଯିବ ଆଗେଇ’ ସ୍ଲୋଗାନ କେବଳ ସ୍କୁଲ ଘର କାନ୍ଥବାଡରେ ଲେଖାହୋଇ ରହିଛି। ୨୧ ବର୍ଷର ସରକାର ମହିଳା ଶିକ୍ଷା ଓ ଦକ୍ଷତା ବୃଦ୍ଧିକୁ ନେଇ କୌଣସି ଆଖିଦୃଶିଆ କାର୍ଯ୍ୟ କରିନଥିବାରୁ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କର ନୀତି ଓ ନିଷ୍ପତ୍ତିକୁ ନିନ୍ଦା କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲୁଥିବା କେନ୍ଦ୍ର ସରକାରଙ୍କର ‘ବେଟି ବଚାଅ ବେଟି ପଢାଅ’ ଅଭିଯାନକୁ ରାଜ୍ୟ ସରକାର କାର୍ଯ୍ୟାନ୍ୱିତ କରିବାରେ ସମ୍ପୂର୍ଣ୍ଣ ବିଫଳ। ଏଥିପାଇଁ ଆସୁଥିବା କୋଟି କୋଟି ଟଙ୍କା ହରିଲୁଟ ହେଉଛି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି।
୨. ମହିଳାଙ୍କୁ ସମ୍ମାନ ପାଇଁ ଗୋଟିଏ ପାଦ ‘ସ୍ୱଚ୍ଛ ଭାରତ ଯୋଜନା’ ଓ ପ୍ରତିବଦ୍ଧତା ମୋଦୀ ସରକାର ଦେଖାଇବା ସ୍ଥଳେ ରାଜ୍ୟ ସରକାରଙ୍କର ହିତାଧିକାରୀ ଚୟନରେ ଅନିୟମିତତା ଓ ପାଇଖାନା କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବରେ ପକାଇ ରଖିଥିବାରୁ ମହିଳା ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର ଦେଇଥିବା ପାଇଖାନାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ସମ୍ପୂର୍ଣ୍ଣ କରାଯିବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ପାଖେ ଦାବୀ ଜଣାଉଛି।
୩. କେନ୍ଦ୍ର ସରକାରଙ୍କର ‘ପୋଷଣ ଯୋଜନା ଓ କିଶୋରୀ ଯୋଜନା’କୁ ଦୃଢତାର ସହିତ ରାଜନୀତିର ଉର୍ଦ୍ଧ୍ୱରୁ ଉଠି କ୍ରିୟାନ୍ୱୟନ କରିବା ପାଇଁ ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କ ପାଖେ ଦୃଢ ଦାବୀ ଜଣାଉଛି।
୪. ଓଡ଼ିଶାରେ ୭୦ ଲକ୍ଷ ମହିଳାଙ୍କ ସମନ୍ୱୟରେ ଗଠିତ ‘ମିଶନ ଶକ୍ତି’ ମହିଳାଙ୍କୁ ସାମାଜିକ, ଅର୍ଥନୈତିକ ସ୍ତରରେ ସ୍ୱାବଲମ୍ବୀ କରିବାରେ ଆଜି ବିଫଳ। ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ୠଣ ଯନ୍ତାରେ ନଛନ୍ଦି, ଦକ୍ଷତା ଓ ଗୁଣବତାର ବିକାଶ ଆଦିର ଆବଶ୍ୟକତା ରହିଛି। ଭୋଟବ୍ୟାଙ୍କ ପରି ନଦେଖି ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀକୁ ବଜାର ଯୋଗାଇଦେବା ମହିଳା ମାନଙ୍କୁ ‘ଆତ୍ମନିର୍ଭର ଭାରତରେ’ ସ୍ୱୟଂ ସମ୍ପୂର୍ଣ୍ଣା କରିବା ପାଇଁ ଉଦ୍ୟମ କରନ୍ତୁ ରାଜ୍ୟ ସରକାର।
୫. ନିମ୍ନମାନର ଛତୁଆ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଇ ଦିଆଯାଉଅଛି ଯାହାକି ଖାଇବା ଉପେଯାଗୀ ଆଦୌ ନୁହେଁ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମୁହ ନାମରେ ଶାସକ ଦଳର ପ୍ରୋତ୍ସାହନରେ କିଛି ଅସ୍ଥାୟୀ ବ୍ୟବସାୟୀଙ୍କ ମୁନାଫାଖୋର ମନବୃତି ପାଇଁ ଆମ ଶିଶୁ ରୋଗାଗ୍ରସ୍ତ। ବ୍ୟବସାୟୀଙ୍କୁ ନୁହଁ ସକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ଦିଆଯାଉ ବୋଲି ମହିଳା ମୋର୍ଚ୍ଚା ଦାବି କରୁଛି।
୬. ମହିଳା ସୁରକ୍ଷା ଓଡ଼ିଶାରେ ଏକ ପ୍ରଶ୍ନବାଚୀ ହୋଇ ଛିଡ଼ାହୋଇଛି। ସାଲେପୁରର ଛଅ ବର୍ଷର ଝିଅ ଗାଁ’ ଦାଣ୍ଡରେ ଚକଲେଟ କିଣିବାକୁ ଦୋକାନକୁ ଯାଇଥିଲା ଆଉ ଘରକୁ ଫେରି ନଥିଲା ତାପର ଦିନ ସ୍କୁଲ ପାଖରୁ ତାର ମୃତଦେହ ମିଳିଥିଲା ସେଥିରୁ ଯାହା ପ୍ରମାଣିତ ହୋଇଥିଲା ବଳାତ୍କାର ଓ ହତ୍ୟା। ଜୁନ ୧୨ ଯଦୁପୁରର ଗାଁ’ ଦାଣ୍ଡରେ ଖେଳୁଥିବା ୫ ବର୍ଷର ଝିଅ ପରୀ ର ଗଳିତ ଖଣ୍ଡବିଖଣ୍ଡିତ ଅସ୍ତି ଏକ ବଳାତ୍କାର ଓ ଅଙ୍ଗତସ୍କରୀ ହତ୍ୟା ଘଟଣା ରୂପେ ଓଡିଶାର ପୂରପଲ୍ଲୀରେ କୋକୁଆ ଭୟ ସୃଷ୍ଟି କରିଥିଲା। ପରୀ ବାପା ମା’ଙ୍କର ଆତ୍ମାହୁତି ଉଦ୍ୟମ ଓଡ଼ିଶା ସରକାରଙ୍କର ଏକ ବରିଷ୍ଠ ମନ୍ତ୍ରୀଙ୍କର ଇଙ୍ଗିତରେ ଓ ଶାସକ ଦଳର ସମ୍ପୃକ୍ତିରେ ହୋଇଥିବା ଏ ଲୋମହର୍ଷଣକାରୀ ଘଟଣା ବିରୁଦ୍ଧରେ ବିଜେପି ଏକ ଦୁର୍ବାର ଆନ୍ଦୋଳନ ଲଢ଼ିଥିଲା। ପୋଲିସ ପ୍ରଶାସନ କନ୍ୟା ଶିଶୁ ସୁରକ୍ଷାକୁ ନେଇ ଚଲାଉଥିବା ‘ପରୀ ରଥ‘ ଏକ ନାଟକବାଜୀ ପ୍ରମାଣିତ ହେଲା। ସତ ପରୀକୁ ସୁରକ୍ଷା ଦେବାରେ ସରକାର ବିଫଳ। ଏହା ପୁଣି ଯାଜପୁରର କୁନି ଝିଅ ପିହୁର ନିଖୋଜରୁ ପ୍ରମାଣିତ ହେଲା। ଜୁଲାଇ ୧୪ ଦଶପଲ୍ଲାର ଦୁନ୍ଦୁଗାଡିଆ ଠାରେ ୬ ବର୍ଷର କନ୍ୟା ଶିଶୁକୁ ଉଠାଇ ନେଇ କଦଳୀ ବଗିଚାରେ ଦୁଷ୍କର୍ମ ଓ ହତ୍ୟା, ଢେଙ୍କାନାଳ ନିହଲ ପ୍ରସାଦରେ ୩ ବର୍ଷର ଛୁଆ କାଳିଆର ମରଶରୀର କୂଅ ପାଖରୁ ପାଇଲେ ତା’ ବାପା ମା’। ପ୍ରତିଦିନ ୭ ମହିଳା ଶିଶୁ ନିଖୋଜ ନାବାଳିକା ଅପହରଣରେ ଓଡ଼ିଶା ଦେଶରେ ୬ ନମ୍ବର ସ୍ଥାନରେ ରହୁଛି। ସରକାରୀ ତଥ୍ୟ ଅନୁସାରେ ଗତ ୪ ବର୍ଷରେ ୬୫୭୯ ଜଣ ନାବାଳିକା ନିଖୋଜ ଥିଲେ। ସମସ୍ତ ନିଖୋଜ ଶିଶୁକୁ ତାଙ୍କ ମା’ ପାଖକୁ ଫେରାଇ ଆଣିବା ଓ ତଦନ୍ତ ବାଟମାରଣା ନକରି ମୁଖ୍ୟ ଆସାମୀକୁ ଧରିବା ଓ ଦୋଷୀକୁ ଦଣ୍ଡଦେବା ଏହି ଦାବୀରେ ମହିଳାମୋର୍ଚ୍ଚା ୩୬ ଜିଲ୍ଲାରେ ପରୀ ଆଳରେ ସମସ୍ତ ନିଖୋଜ ଛୁଆଙ୍କ ପାଇଁ ଆନ୍ଦୋଳନ କରିଥିଲା। ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରି ‘ପରୀ ପଦଯାତ୍ରା’ ଭୁବନେଶ୍ୱରରୁ ଯଦୁପୁର ପର୍ଯ୍ୟନ୍ତ ଯାଇଥିଲା। ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭନଥୀ ଶ୍ରୀନିବାସନ ଯୋଗ ଦେଇ ଆମ ଦାବୀକୁ ଆହୁରି ଦୃଢୀଭୂତ କରିଥିଲେ। ମହିଳା ମୋର୍ଚ୍ଚାର ଭଉଣୀ ମାନଙ୍କର ରାଜ ରାସ୍ତାରେ ଦୁର୍ବାର ଆନ୍ଦୋଳନ ସତ୍ୱେ ରାଜ୍ୟ ସରକାର ଯେପରି ଏକତରଫା ଭାବେ ନିଜର ଭାବମୂର୍ତି ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ଓ ତଦନ୍ତକୁ ଯେପରି ବାଟମାରଣା କଲେ ଆଜି ବି ଓଡ଼ିଶାର ସମସ୍ତ ମା’ ମାନଙ୍କ ମନରେ କ୍ଷୋଭ ଭରିଦେଇଛି। ମହିଳାମାନଙ୍କ କୋଳ ଖାଲି କରୁଥିବା ଅଙ୍ଗତସ୍କରୀ ଶିଶୁ ଦୁର୍ଷ୍କମକାରୀ ଓ ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଥିବା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହିଳା ମୋର୍ଚ୍ଚାର ସଂଗ୍ରାମ ଜାରି ରହିବ।
୭. National Crime Record Bureau ୨୦୧୯ ରିପୋର୍ଟ ଅନୁଯାୟୀ ଓଡ଼ିଶା ଓ ମହିଳାଙ୍କ ଉପରେ Crime ରେ ଦ୍ବିତୀୟ Outrage of Modesty ୧୧୩୧୮ Molestation Case ରେ ବି ଦେଶରେ ଓଡ଼ିଶା ଦ୍ବିତୀୟ। ୧୩୮୩ ଧର୍ଷଣକୁ ନେଇ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ଅଛି। ୧୫୦୫ ଶିଶୁ ବଳାତ୍କାରକୁ ନେଇ ଓଡ଼ିଶା ଦେଶରେ ସପ୍ତମ ସ୍ଥାନରେ ଅଛି। ଓଡ଼ିଶାର ମହିଳାମାନେ ସାକ୍ଷରତା , ସୁରକ୍ଷା ଓ ସମାନତା କୁ ନେଇ ଆଜିବି ସଂଗ୍ରାମ କରୁଛନ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯିଏ ଲଗାତାର ଭାବରେ ଓଡ଼ିଶାର ଗୃହମନ୍ତ୍ରୀ ସେ କିଭଳି ୧ ନମ୍ବର ହେଲେ ମହିଳା ମୋର୍ଚ୍ଚା ତାହା ପ୍ରଶ୍ନ କରୁଛି।
୮. ଜାତୀୟ ମହିଳା ଆୟୋଗର ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ବେଳେ ମହିଳାଙ୍କ ଉପରେ ହିଂସା ଓ ଅତ୍ୟାଚାର ବଢ଼ିଛି। Violation of rights to live ଯାହାକି ୨୦୧୯ – ୨୦ରେ ୨୦୩୦୯ ଥିଲା ତାହା ୨୦୨୦ – ୨୧ ବର୍ଷରେ ୨୬୫ ୧୩ ହୋଇଛି। ମହିଳାଙ୍କ ଉପରେ ଘରୋଇ ହିଂସା ୬୦୪୯ ମାନେ ପୂର୍ବ ବର୍ଷର ଦୁଇଗୁଣା ବଢ଼ିଛି। ସାଇବର କ୍ରାଇମ୍ ଓ ସେଣ୍ଡୁଆଲ ହାରାରେ ଅହେତୁକ Complain ବୃଦ୍ଧି ପାଇଛି ଓଡ଼ିଶାରେ ମଧ୍ୟ ସାଇବର କ୍ରାଇମ୍ ଆଶ୍ଚର୍ଯ୍ୟଜନକ ଭାବରେ ବୃଦ୍ଧି ପାଇଛି। ୨୦୧୮ରେ ୮୪୩ ଥିବାବେଳେ ୨୦୧୯ରେ ୧୪୮୫କୁ ବୃଦ୍ଧି ପାଇଛି। ଲଗାତାର ଭାବେ ସାଇବର କ୍ରାଇମରେ ମଧ୍ୟ ଲିଖିତ ଅଭିଯୋଗର କୌଣସି ପଦକ୍ଷେପ ନିଆଯାଉନାହିଁ। ଉଦାହରଣସ୍ୱରୂପ ଦଳର ସାଧାରଣ ସମ୍ପାଦିକା ଡ . ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ସୋସିଆଲ ମିଡିଆ ମାଧ୍ୟମରେ ସରକାର ଯେଉଁଭଳି ଅଶାଳୀନ ଭାଷା ନିଜ ଦଳୀୟ ବ୍ୟକ୍ତିଙ୍କ ଦ୍ବାରା ପ୍ରୟୋଗ କରୁଛନ୍ତି ଜଣେ ପ୍ରତିଷ୍ଠିତ ମହିଳା ନେତ୍ରୀଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବା ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। National women Commission Complain ଶୁଣାଣି ପାଇଁ ମହାମାରୀ ବେଳେ ୩ ସିଫ୍ଟର କାମ କରୁଥିବା ବେଳେ ଓଡ଼ିଶାର ମହିଳା କମିଶନ ଦେଢ ବର୍ଷ ହେଲାଣି ବନ୍ଦ ପଡିବା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ରାଜ୍ୟ ସରକାର ଏତାଦୃଶ୍ୟ ମହିଳା ମାରଣ ନୀତିକୁ ମହିଳା ମୋର୍ଚ୍ଚା ନିନ୍ଦା କରିବା ସହିତ ତୁରନ୍ତ ମହିଳାଙ୍କ ବିହିତ ପଦକ୍ଷେପ ନେବା ସହିତ ମହିଳା କମିଶନରେ ପଡ଼ି ରହିଥିବା କେସ୍ ତ୍ବରିତ ଫଇସଲା ଦାବୀ କରୁଛି।
୯. ଓଡ଼ିଶାରେ ପୋଲିସ ବିଭାଗରେ ଆଜି ପର୍ଯ୍ୟନ୍ତ ସରକାର ମହିଳା ପୋଲିସ ପଦବୀ ପୂରଣ କରିପାରିଲେ ନାହିଁ। ଆବଶ୍ୟକତାର ଏକ ଦଶମାଂସ ମହିଳା ପୋଲିସ ନିଯୁକ୍ତି ହେତୁ ମହିଳାଙ୍କ ସମସ୍ୟାକୁ ବୁଝିବା ପାଇଁ କେହି ପୋଲିସ ନାହିଁ। ତେଣୁ କରି ଖାଲି ପଡିଥିବା ସ୍ଥାନରେ ମହିଳା ପୋଲିସ ନିଯୁକ୍ତି କରାଯାଉ। ମହିଳା ସୁରକ୍ଷା ପାଇଁ ତୁରନ୍ତ ପ୍ରତି ଜିଲ୍ଲାରେ ମହିଳା ଥାନା ଖୋଲିବା, ମହିଳା ଓ ଶିଶୁ ଡେକ୍ସରେ ସ୍ଥାୟୀ ନିଯୁକ୍ତି କରିବାକୁ ମହିଳା ମୋର୍ଚ୍ଚା ଦାବୀ କରୁଛି।
୧୦. ମହିଳାଙ୍କୁ ଅସୁରକ୍ଷିତ କରୁଛି ମାଦକ ଦ୍ରବ୍ୟ ସେବନ ଓ ନିଶାକାରବାର ରାଜ୍ୟ ସରକାରଙ୍କର ମଦନୀତିକୁ ମହିଳା ମୋର୍ଚ୍ଚା ନିନ୍ଦା କରିବା ସହିତ ବଜାରରେ ଖୋଲା ବୁଲୁଥିବା ଧଳା ଜହରକୁ ରୋକା ଯିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମହିଳାମୋର୍ଚ୍ଚା ଦାବୀ କରୁଛି।
୧୧. କୋଭିଡ୍ ଆଇସୋଲେସନ ସେଣ୍ଟରରେ ମହିଳାଙ୍କ ପାଇଁ ସ୍ଵତନ୍ତ୍ର କ୍ୟୁରେନଟାଇନ ହଲ ଦାବୀ କରି ମହିଳା ମୋର୍ଚ୍ଚା ସଫଳତା ଲାଭ କରିଥିଲା।
୧୨. ରାଜ୍ୟରେ ପଞ୍ଜୀକୃତ ୧୪ ଲକ୍ଷ ନିର୍ମାଣ ଶ୍ରମିକ ମଧ୍ୟରୁ ୪ ଲକ୍ଷ ମହିଳା ଅଟନ୍ତି। ସରକାର ମଜୁରୀ ନୀତିରେ ମହିଳା ଓ ପୁରୁଷ ମଧ୍ୟରେ ଅନ୍ତର ରଖୁଛନ୍ତି। ଗତ ଦେଢ଼ ବର୍ଷ ଧରି କୋଭିଡ୍ ମହାମାରୀ ଚାଲୁଥିବା ହେତୁ ଏମାନେ ରୋଜଗାର ଶୂନ୍ୟ ଅବସ୍ଥାରେ ଅଛନ୍ତି। ମହିଳା ମୋର୍ଚ୍ଚାର ଦାବି ପୁରୁଷ ଓ ମହିଳାଙ୍କର ଦେୟ। ମଜୁରୀ ସମାନ ହେବା ଦରକାର ଏବଂ ସରକାର ଏମାନଙ୍କର କୋଭିତ୍ ସମୟରେ ସମସ୍ତ ଦାୟିତ୍ବ ବହନ କରିବା ଦରକାର।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.