Home Top News ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

161

ଓଡିଶାକୁ ଏସଡ଼ିଆରଏଫ୍ ପାଣ୍ଠିରୁ ଜାରୀ କେନ୍ଦ୍ରୀୟ ଅର୍ଥରାଶିକୁ ପ୍ରଭାବିତଙ୍କୁ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

– ସାମୁଦ୍ରିକ ବାତ୍ୟା ‘ୟଶ୍’ ଦ୍ୱାରା ଓଡ଼ିଶାରେ ଉଭୟ ଜୀବନ ଜୀବିକା ପ୍ରଭାବିତ ହୋଇଛି

– ମୁଁ ଦୃଢ଼ ବିଶ୍ୱାସ ଯେ ଓଡ଼ିଶା ସରକାର ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ, ଉଦ୍ଧାର, ପୁନରୁଦ୍ଧାର ଓ ଆନୁଷଙ୍ଗିକ ସହାୟତା ପାଇଁ ଏହି ପାଣ୍ଠିର ସୁଦୂପଯୋଗ କରିବେ

– ଓଡ଼ିଶାବାସୀଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର

ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୨୬ (ଓଡ଼ିଆ ପୁଅ) – ମଇ ୧ରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡ଼ିଆରଏଫ)ରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଜାରୀ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ଉପରେ ଟ୍ୱିଟ୍ ଯୋଗେ ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ୟଶ୍’ ଦ୍ୱାରା ଓଡ଼ିଶାରେ ଉଭୟ ଜୀବନ ଜୀବିକା ପ୍ରଭାବିତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପରାମର୍ଶ କ୍ରମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶାକୁ ମଇ ୧ରେ ଏସଡ଼ିଆରଏଫ ପାଣ୍ଠିରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଅଗ୍ରୀମ ୬୪୧.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଜୀବନଜୀବିକା ଏବଂ ଅର୍ଥନୀତି ଉପରେ ସାମୁଦ୍ରିକ ବାତ୍ୟା ‘ୟଶ’ର ପ୍ରଭାବ ପରିପ୍ରେକ୍ଷୀରେ ମୁଁ ଦୃଢ଼ ବିଶ୍ୱାସ ଯେ ଓଡ଼ିଶା ସରକାର ବାତ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ରିଲିଫ, ଉଦ୍ଧାର, ପୁନରୁଦ୍ଧାର ଓ ଆନୁଷଙ୍ଗିକ ସହାୟତା ପାଇଁ ଏହି ପାଣ୍ଠିର ସୁଦୂପଯୋଗ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାବାସୀଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ଆର୍ôଥକ ସହାୟତା ଓଡ଼ିଶା ସରକାରଙ୍କୁ ବାତ୍ୟାର ପରବର୍ତୀ ସମୟରେ ଜୀବନଜୀବିକାକୁ ପୁନରୁଦ୍ଧାର କରିବାରେ ନିରନ୍ତର ସହଯୋଗ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.