Home ଓଡ଼ିଶା ଯୋଡା ବ୍ଲକ ସ୍ଥରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଯୋଡା ବ୍ଲକ ସ୍ଥରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

121

ାା ଯୋଡା, ୩୦/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶନିବାର ଦିନ ଯୋଡା ବ୍ଲକ ସ୍ଥରୀୟ ଏକ ବିଜ୍ଞାନ ମେଳା ଯୋଡାସ୍ଥିତ ଯୋଡା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ଯୋଡା ବି.ଡି.ଓ. ଶ୍ରୀ ଜୋଗେଶ୍ୱର ନାଏକ ଏବଂ ଯୋଡା ପୌର କାର୍ଯ୍ୟାନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ପୂର୍ବାହ୍ନ ୧୧ ଘଟିକା ସମୟରେ ଉଦ୍ଘାଟନ କରିଥିଲେ । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପୂର୍ବ ଯୋଡା ଏବଂ ଖଣ୍ଡବନ୍ଧ ଟାଟା ଷ୍ଟିଲ ଖଣିର ଭୁତତ୍ୱବୀତ୍ ସଞ୍ଜୟ କୁମାର ଭୂୟାଁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସେଲ୍ ମାଇନିଙ୍ଗର ଉପଦେଷ୍ଟା ଖଗେଶ୍ୱର ମହାନ୍ତ ଯୋଗଦେଇଥିଲେ । ବକ୍ତା ଭାବେ ବଡବିଲ ମହାବିଦ୍ୟଳୟର ଭୁତତ୍ୱ ବିଭାଗର ଅଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା ଯୋଗଦେଇଥିଲେ । ଏହି ବିଜ୍ଞାନ ମେଳାରେ ଯୋଡା ବ୍ଲକ ଅଧିନ ୨୮ଟି ବିଦ୍ୟାଳୟ ଭାଗ ନେଇଥିଲେ ଏଥି ମଧ୍ୟରୁ ୨୧ଟି ଉଚ୍ଚ ବିଦ୍ୟାଳୟ ଓ ୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବଡବିଲସ୍ଥିତ ସେଣ୍ଟ ମେରି ଓଡିଆ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ଲହଣ୍ଡା ଦ୍ୱିତୀୟ ସ୍ଥାନ ଏବଂ ଯୋଡା ଭ୍ୟାଲି ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ଗରେ ଯୋଡା ଇଷ୍ଟ ପ୍ରାଇମେରୀ ସ୍କୁଲ ପ୍ରଥମ, କଳିଙ୍ଗ ନିଗର ଉପ୍ରା ବିଦ୍ୟାଳୟ ଦ୍ୱିତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁନ୍ଦୁରୁନାଲା ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.