Home ଜିଲ୍ଲା ପରିକ୍ରମା କୋଡଗମ୍ଭୀର ମହାରଣା ସାହି ରାସ୍ତାଟି ମରାମତି କରିବାକୁ ପ୍ରଶାସନ ପାଖରେ ଦାବି

କୋଡଗମ୍ଭୀର ମହାରଣା ସାହି ରାସ୍ତାଟି ମରାମତି କରିବାକୁ ପ୍ରଶାସନ ପାଖରେ ଦାବି

31

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ କୋଡବରୁଆଁ ପଂଚାୟତ ଦେଇ ଯାଇଥିବା ଚରମ୍ପାରୁ ସାବରଙ୍ଗ ଆରଡି ରୋଡ୍ କୋଡଗମ୍ଭୀର ମହାରଣା ସାହି ଛକ ନିକଟରେ ରାସ୍ତାଟି ବାତ୍ୟା ୟାସ୍ ପରଠାରୁ ବଡ ଖାଲ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ପ୍ରତିଦିନ ୫ ଖଣ୍ଡ ଗ୍ରାମର ଯଥା କୋଡଗମ୍ଭୀର, ପଲ୍ଲୀ, ପଗଡ, କ୍ଷୀରସାହି, ଆଟୋ ଗାଁର ଜନସାଧାରଣ ନୀତିଦିନ ନିଜ କର୍ମ ପଥକୁ ଯିବାଆସିବା ସହିତ ଚରମ୍ପା ବଜାରକୁ ଯାତାୟତ କରନ୍ତି । ଏହି ରାସ୍ତାଟି ଦୀର୍ଘଦିନ ହେବ ଖରାପ ଥିବାରୁ ଜନସାଧାରଣ ଯିବାଆସିବାରେ ବହୁ ଅସୁବିଧା ସହିତ ଦୁର୍ଘଟଣାରେ ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଭଦ୍ରକ ଜିଲା ପ୍ରଶାସନ ଏହି ଘଟଣାକୁ ଦୃଷ୍ଟି ଆକର୍ଷଣ କରି ରାସ୍ତାଟିକୁ ମରାମତି କରିବାକୁ କୋଡଗମ୍ଭୀର ଗ୍ରାମର ସାମାଜିକ ସଂଗଠନ ସମ୍ଭବ ଫାଉଣ୍ଡେସନର ସଭାପତି ରଘୁରାମ ଜେନାଙ୍କ ସହିତ ଜନସାଧାରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.