Home Top News ଅଗ୍ନିପଥ ଯୋଜନାକୁ ନେଇ ଆଜି ଭାରତ ବନ୍ଦ – ଜାଣନ୍ତୁ କେଉଁଠି କ’ଣ ହେଲା

ଅଗ୍ନିପଥ ଯୋଜନାକୁ ନେଇ ଆଜି ଭାରତ ବନ୍ଦ – ଜାଣନ୍ତୁ କେଉଁଠି କ’ଣ ହେଲା

58

ନୂଆଦିଲ୍ଲୀ ଜୁନ୍ ୨୦ (ଓଡ଼ିଆ ପୁଅ) ଅଗ୍ନିପଥ ଯୋଜନା ବିରୋଧରେ ଭାରତ ବନ୍ଦ ଘୋଷଣା କରାଯାଇଛି। ଏଥିରେ ଅନେକ ସଂସ୍ଥା ଅନ୍ତର୍ଭୁକ୍ତ ଥିବା କୁହାଯାଉଛି। ଗତ କିଛି ଦିନ ହେବ ପ୍ରଦର୍ଶନ ନାମରେ ହିଂସାତ୍ମକ ଘଟଣାଗୁଡ଼ିକ ଘଟିଥିବା ନଜର ଆସିଛି। ଏଥିରେ ସରକାରୀ ସମ୍ପତ୍ତିର ଭଙ୍ଗାରୁଜା, ଅଗ୍ନିକାଣ୍ଡ ଇତ୍ୟାଦି ଅନ୍ତର୍ଭୁକ୍ତ। ବିକ୍ଷୋଭକାରୀମାନେ ଏପର୍ଯ୍ୟନ୍ତ ଅନେକ ଟ୍ରେନ୍ ଏବଂ ବସ୍ ଉପରେ ନିଆଁ ଲଗାଇ ଦେଇଛନ୍ତି। ଅନେକ ସ୍ଥାନରେ ଜାମ୍ ହୋଇଥିବା ଘଟଣାପରେ ଭାରତ ବନ୍ଦ ଘୋଷଣା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ବୃଦ୍ଧି ପାଉଛି। ସେପଟେ କିଛି ସଂଗଠନ ଆଜି ଭାରତ ବନ୍ଦ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ହିଂସା କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ଅଗ୍ନିପଥ ଯୋଜନାକୁ ନେଇ କଂଗ୍ରେସ ନେତା ଜିଗ୍ନେଶ ମେଭାନୀଙ୍କ କହିଛନ୍ତି ଯେ, ଏହା ପରିଶ୍ରମୀ ଯୁବକ ଏବଂ ଭାରତୀୟ ସେନାର ସୈନିକମାନଙ୍କ କଟାଘା’ରେ ଲୁଣ ଛିଞ୍ଚିବା ପରି। ଆଜି ପର୍ଯ୍ୟନ୍ତ କୌଣସି ସରକାର ଦେଶ ସହିତ ବିଜେପି ସରକାର ଭଳି ଦେଶଦ୍ରୋହ କରିନାହାଁନ୍ତି।

ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା

ପଶ୍ଚିମବଙ୍ଗରେ ଅଗ୍ନିପଥ ଯୋଜନା ବିରୋଧରେ ‘ଭାରତ ବନ୍ଦ’ ଆହ୍ୱାନ ହେତୁ ହାୱଡ଼ାରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସକୁ ବଡ଼ ସ୍ତରରେ ନିୟୋଜିତ ହୋଇଛି। ପୋଲିସ୍ କହିଛିଯେ, ଆମେ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ।

ଦିଲ୍ଲୀ ସାମାରେ ବ୍ୟାରିକେଡ୍ – କଡ଼ା ସୁରକ୍ଷା ବ୍ୟବସ୍ଥା
ଆଜି ଦିଲ୍ଲୀରେ ବିରୋଧ ଯୋଗୁଁ ଏକ ସତର୍କ ସୂଚନା ରହିଛି। ଏହି କାରଣରୁ ଅନେକ ସ୍ଥାନରେ ବ୍ୟାରିକେଡ୍ ରଖାଯାଇଛି। ଏହି କାରଣରୁ ଅକ୍ଷରଧାମ ମନ୍ଦିର ନିକଟରେ ଭାରି ଜାମ ଦେଖିବାକୁ ମିଳିଛି। ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ରାଜୋକ୍ରି ସୀମାରେ ବ୍ୟାରିକେଡ୍ ଲଗାଇ ଦିଲ୍ଲୀ ପୋଲିସ ଯାଞ୍ଚ ଆରମ୍ଭ କରିଛି।

ଜନ୍ତର ମନ୍ତ୍ରରେ କଂଗ୍ରେସ କରିବ ପ୍ରଦର୍ଶନ

କଂଗ୍ରେସ ନେତାମାନେ ଆଜି ସତ୍ୟଗ୍ରାହ କରିବେ ବୋଲି କଂଗ୍ରେସ କହିଛି। ଅଗ୍ନିପଥ ଯୋଜନା ଏବଂ ରାହୁଲ ଗାନ୍ଧୀଙ୍କ ପଚରାଉଚରା ବିରୋଧରେ ଏହି ପ୍ରଦର୍ଶନ କରାଯିବ। କଂଗ୍ରେସ ନେତା ଓ କର୍ମୀମାନେ ସକାଳ ୧୦.୩୦ ରେ ଜନ୍ତର ମନ୍ତ୍ରରେ ଏକାଠି ହେବେ। ଦିଲ୍ଲୀ ପୋଲିସକୁ ଇନପୁଟ ମିଳିଛିଯେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନର ବିକ୍ଷୋଭକାରୀମାନେ ଦିଲ୍ଲୀରେ ପ୍ରବେଶ କରିପାରନ୍ତି ଏବଂ ଦିଲ୍ଲୀର ଅତି ସମ୍ବେଦନଶୀଳ ଅଞ୍ଚଳରେ ଯେପରିକି ସଂସଦ ଭବନ, ପ୍ରଧାନମନ୍ତ୍ରୀଙ୍କ ଆବାସ ଅଞ୍ଚଳ ରାଷ୍ଟ୍ରପତି ଭବନ ସ୍ଥାନରେ ଭାରୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଭଳି ପରିସ୍ଥିତିରେ ନୂଆଦିଲ୍ଲୀ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀର ସମସ୍ତ ସୀମା ଉପରେ ମଧ୍ୟ ନଜର ରଖାଯାଉଛି।

ବିହାରରେ ଇଣ୍ଟରନେଟ୍ ବନ୍ଦ
ଭରତ ବନ୍ଦ ସମୟରେ ବିହାରର ୨୦ ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଅଗ୍ନିପଥ ଯୋଜନା ବିରୋଧରେ ଏହି ଜିଲ୍ଲାଗୁଡ଼ିକରେ ହିଂସା ଘଟିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଜନତା ଦରବାରକୁ ମଧ୍ୟ ବାତିଲ କରିଛନ୍ତି। ଭାରତ ବନ୍ଦ ସମୟରେ ଦିଲ୍ଲୀ ଏନସିଆରରେ ପ୍ରଦର୍ଶନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସତର୍କ ରହିଛି। ସୋସିଆଲ ମିଡିଆ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି।

ପ୍ରଦର୍ଶନରେ ଅନେକ ଟ୍ରେନ୍ ଜଳାଯାଇଥିଲା

ବିହାରର ବିକ୍ଷୋଭକାରୀମାନେ ଅଗ୍ନିପଥ ଯୋଜନାକୁ ବିରୋଧ କରି ଅନେକ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ। କେବଳ ବିହାରରେ ୭୦୦ କୋଟି ରେଳବାଇର କ୍ଷତି ହୋଇଛି।

କିଏ କରୁଛି ଭାରତ ବନ୍ଦ
ଅଗ୍ନିପଥ ଯୋଜନା ବିରୋଧରେ ସେନାରେ ଚାକିରି ପାଇବାକୁ ଚେଷ୍ଟା କରୁଥିବା ପ୍ରାର୍ଥୀମାନେ ଆଜି ଭାରତ ବନ୍ଦ ଆହ୍ୱାନ କରିଥିବା ବିଭିନ୍ନ ଖବରରୁ ପ୍ରକାଶ। ବିରୋଧୀ ମଧ୍ୟ ମୁକଭାବରେ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ଆଜି ରେଳବାଇ ଭାରତ ବନ୍ଦକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛି। ଦୃବୃତ୍ତମାନଙ୍କ ସହ କଠୋର କାର୍ଯ୍ୟ କରିବାକୁ ଆରପିଏଫ ଏବଂ GRP କୁ ନିର୍ଦ୍ଦେଶ ଦିଆଯାଇଛି। ହିଂସା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଧାରାରେ ମାମଲା ରୁଜୁ ହେବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟଯେ, ଅଗ୍ନିପଥ ଯୋଜନାକୁ ନେଇ ଜୁନ୍ ୧୪ ରେ ଘୋଷଣା କରାଯାଇଥିଲା। ସେହି ଦିନଠାରୁ କ୍ରମାଗତ ହିଂସା ପ୍ରଦର୍ଶନ କରାଯାଉଥିବାର ନଜିର ରହିଛି। ପ୍ରାରମ୍ଭରେ ଲାଗୁଥିଲା ଯେ, ଯୁବକଙ୍କ କ୍ରୋଧ କାରଣରୁ ଏହା ହେଉଛି। କିନ୍ତୁ ବର୍ତ୍ତମାନ ଅନୁସନ୍ଧାନକାରୀ ସଂସ୍ଥା ଏକ ବଡ଼ ଷଡଯନ୍ତ୍ରର ସୂଚନା ପାଇଥିବାର ଖବର ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.